ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ସାହୁ ଗୁରୁତର

Published By : Prameya-News7 Bureau | January 12, 2019 IST

ପିପିଲି ୧୨|୧:  ପିପିଲି ପୋଲିସର ଏନ୍‌କାଉଣ୍ଟର ହୋଇଛି । ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ସାହୁ ଗୁରୁତର ହୋଇଛନ୍ତି । ଜିତେନ୍ଦ୍ରର ଡାହାଣ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ଗୁଳିକାଣ୍ଡ ଘଟଣାରେ ଜିତେନ୍ଦ୍ରର ସଂପୃକ୍ତି ଥିଲା । ଏହି ଗୁଳିକାଣ୍ଡରେ ଅପରାଧୀ ପାରାର ମୃତ୍ୟୁ ହୋଇଥିଲା । ପାରା ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ଜିତେନ୍ଦ୍ରକୁ ଖୋଜୁଥିଲା । ଜିତେନ୍ଦ୍ରଙ୍କ ଘର ପୁରୀ ଅବକାଶ ଲେନ୍ ରେ । ଆଜି ବଡି ଭୋରରେ ପିପିଲି ପାଖରେ ପୋଲିସ ତାକୁ ଏନକାଉଣ୍ଟର କରିଥିଲା । ତା ନିକଟରୁ ଗୋଟିଏ ବନ୍ଧୁକ ଓ ଗୋଟିଏ ବାଇକ୍ ଜବତ କରାଯାଇଛି । ଜିତେନ୍ଦ୍ରର ଡାହାଣ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.