କଟକରେ ପୁଣି ଏନକାଉଣ୍ଟର : ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମୁନା ଦେହୁରୀ ଆହତ
14/10/2019 at 9:13 AM

କଟକ ୧୪/୧୦: କଟକରେ ଡବଲ ଏନକାଉଣ୍ଟର ହୋଇଛି । ଗତ ୨୪ ଘଣ୍ଟା ଭିତରେ ଦ୍ବିତୀୟ ଏନକାଉଣ୍ଟର କରିଛି ପୋଲିସ । ଚୌଦ୍ବାର ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧୀ ମୁନା ଦେହୁରୀକୁ ଏନକାଉଣ୍ଟର କରାଯାଇଛି । ମୁଲ୍ଲାର ଗୋଡରେ ବାଜିଛି ଗୁଳି ।

ମୁନା ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ଥିବା ଜଣାପଡ଼ିଛି । ଆହତ ମୁନାକୁ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ତା ନିକଟରୁ ପୋଲିସ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରିଛି । ଗତକାଲି ସେହି ଚୌଦ୍ବାର ଅଞ୍ଚଳରେ ଜିତୁ ସାହୁକୁ ଏନକାଉଣ୍ଟର କରିଥିଲା ପୋଲିସ।

Related Posts
ସୋଆ SHMର ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ୭ ଦିନିଆ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଆୟୋଜିତ
21 September 2023
ଏସ୍ଆଇଏଚ୍ -୨୦୨୩ ପାଇଁ କ୍ଵାଲିଫାଏ କଲା ITERର ୧୦ଟି ହାକାଥନ୍ ଟିମ୍
21 September 2023