ଅନୁଗୁଳ ପୋଲିସକୁ ବଡ଼ ସଫଳତା, ତିନି ଦିନରେ ବନ୍ଧା ହେଲେଣି ୧୫ ଅପରାଧି

Published By : Prameya-News7 Bureau | December 18, 2022 IST

ଅନୁଗୁଳ ୧୮/୧୨: ଆକ୍ସନ୍ ମୁଡରେ ଅନୁଗୁଳ ପୋଲିସ । ଅପରାଧିକ ତତ୍ତ୍ବେ ଉପରେ ଚାଲିଛି ଜୋରଦାର ଚଢାଉ । ୩ଦିନରେ ଜିଲ୍ଲାରୁ ବନ୍ଧା ହେଲେଣି ୧୫ରୁ ଅଧିକ କୁଖ୍ୟାତ ଅପରାଧି । ଏମାନଙ୍କ ପାଖରୁ ମାରଣାସ୍ତ୍ର ଜବତ କରିଛି ପୋଲିସ ।

ଅନୁଗଳ ଜିଲ୍ଲାରେ ରାହାଜାନୀ ସାଙ୍ଗକୁ ଲୁଟପାଟ୍ ବଢିବାରେ ଲାଗିଛି । ବାରମ୍ବାର ଅଭିଯୋଗ ପରେ ଆକ୍ସନକୁ ଆସିଛି ପୋଲିସ ପ୍ରଶାସନ । ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ଦିନରେ ୧୫ରୁ ଅଧିକ ଅପରାଧି ଓ ନିଶା ବେପାରୀଙ୍କୁ ଗିରଫ କରିଛି । ଏମାନଙ୍କ ନିକଟରୁ  ୨ଟି ମାଉଜର ସହିତ ୫ ଅଫୁଟା ଗୁଳି, ଭୁଜାଲି ଓ ଲୁହା ରଡ଼ ଜବତ କରିଛି ପୋଲିସ ।

ନିକଟରେ କିଛି ଲୁଟେରା ନିଶା ଥାନା ଅଞ୍ଚଳରୁ ଲୁଟପାଟ୍ କରୁଥିବା ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ମିଶନ ଆରମ୍ଭ କରିଥିଲା ପୋଲିସ । ଏହି ମିଶନରେ ତାଳଚେର ସଦର ଥାନା, କଳିୟାରୀ ଥାନା, ସାମଲ ଥାନା ଏବଂ ଅନୁଗଳ ଥାନା ପୋଲିସ ସାମିଲ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.