ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲା, ୩ୟ ଦିନରେ କ୍ରାଇମ୍ବ୍ରାଞ୍ଚର ତଦନ୍ତ ଜାରି…
1/01/2023 at 2:44 PM

ରାୟଗଡ଼ା ୦୧।୦୧ : ରୁଷୀୟ ପର୍ଯ୍ୟଟକ ବ୍ଲାଦିମିର ବିଦାନୋଭ ଓ ଆଣ୍ଟୋଭ ପାଭେଲ ମୃତ୍ୟୁ ମାମଲା । ରାୟଗଡ଼ା ଠାରେ ଥିବା କ୍ରାଇମବ୍ରାଞ୍ଚ ଟିମ୍ ଆଜି ତୃତୀୟ ଦିନରେ ମଧ୍ୟ ତଦନ୍ତ ଜାରି ରଖିଛି। କ୍ରାଇମବ୍ରାଞ୍ଚ ଅଧିକାରୀ ସ୍ଥାନୀୟ ପୁଲିସକୁ ସାକ୍ଷାତ କରି ପୁଣି କିଛି ତଥ୍ୟ ସଂଗ୍ରହ କରିଛନ୍ତି। ଏହାପରେ ହୋଟେଲ କର୍ମଚାରୀଙ୍କୁ ଜେରା କରିଛନ୍ତି ।

ସେହିପରି ଅଲଗା ଅଲଗା ଭାବରେ ଡିଏସପି ସରୋଜକାନ୍ତ ମହାନ୍ତ ଓ ଇନ୍ସପେକ୍ଟର ମମତା ରାଣୀ ପଣ୍ଡା କର୍ମଚାରୀଙ୍କୁ ଜେରା କରି ସେମାନଙ୍କ ବୟାନ ରେକର୍ଡ କରିଛନ୍ତି । ଶନିବାର ଶ୍ମଶାନରୁ ଦୁଇ ମୃତକଙ୍କ ପାଉଁଶରୁ ହାଡ ଓ ଶରୀରର ଅନ୍ୟ ଅଂଶ ସଂଗ୍ରହ କରାଯାଇଥିଲା। ତାହା ଭୁବନେଶ୍ବର ଯାଞ୍ଚ ପାଇଁ ପଠାଯାଇଛି ।

ତେବେ ଶନିବାର ପାଭେଲଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିଥିବା ବେଳେ ରବିବାର ବିଦାନୋଭଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହୋଇଛି । ବିଦାନୋଭ ଗଞ୍ଜେଇ ସେବନ କରିଥିବା ଏଥିରେ ଉଲ୍ଲେଖ ରହିଛି।