vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

କିଡନାପ୍ ସ୍ପଟ୍ ପରେ କ୍ରାଇମବ୍ରାଞ୍ଚ ସ୍କାନରରେ ମର୍ଡର ସ୍ପଟ୍ , ଦୟାଲ ଆଶ୍ରମରେ ଛାନ୍‌ଭିନ୍‌ କରୁଛି ଟିମ୍‌

27/03/2022 at 11:41 AM

ଭୁବନେଶ୍ୱର ୨୭।୦୩ :  କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା । ଅପହରଣ ସ୍ପଟ୍ ପରେ ଏବେ କ୍ରାଇମବ୍ରାଞ୍ଚ ସ୍କାନରରେ ମର୍ଡର ସ୍ପଟ୍ । ରବିବାର ଦୟାଲ ଆଶ୍ରମରେ ଛାନଭିନ୍ କରିବ ତଦନ୍ତକାରୀ ଟିମ୍ ।

ଖବର ଅନୁଯାୟୀ, ଦୟାଲ ଆଶ୍ରମରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛନ୍ତି। କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କୁ କେମିତି ହତ୍ୟା କରାଯାଇଥିଲା । ମୃତଦେହକୁ କିଭଳି କାର ପର୍ଯ୍ୟନ୍ତ ନେଇଥିଲେ ହତ୍ୟାକାରୀ । ଯେଉଁ ରୁମରେ ମାନସଙ୍କୁ ମାଡ ମରାଯାଇଥିଲା ଏବଂ ହତ୍ୟା କରାଯାଇଥିଲା ସେଠାରେ ଛାନଭିନ୍ କରିବ ତଦନ୍ତକାରୀ ଟିମ୍ । ମାନସ ମୃତଦେହକୁ କାର୍ ପର୍ଯ୍ୟନ୍ତ କେମିତି ନେଇଥିଲେ ଶର୍ମିଷ୍ଠା ଏବଂ କୋ । ସେଠାରୁ କେଉଁ ରାସ୍ତା ଦେଇ ରଣପୁର ଜଙ୍ଗଲ ନେଇଥିଲେ ଏବଂ ପୋତିଥିଲେ ତାର ମଧ୍ୟ ଥ୍ରିଡି ଫୋରେନସିକ୍ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ । ନିଜେ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶକ ସ୍ପଟ ଭିଜିଟ୍ କରିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ଶର୍ମିଷ୍ଠାକୁ ଖୋଜିବାକୁ ରାଜ୍ୟ ବାହାରେ ଡେରା ପକାଇଛି ପୋଲିସ ଟିମ୍ । କେବଳ ଶର୍ମିଷ୍ଠା ନୁହଁନ୍ତି ଝୁନା ଭୋଇର ମଧ୍ୟ ପତ୍ତା ପାଉନି ପୋଲିସ । ଶର୍ମିଷ୍ଠା ଧରାପଡିବା ପରେ ନିରଞ୍ଜନ ଓ ଶର୍ମିଷ୍ଠାଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ ବୋଲି ସୂଚନା ମିଳିଛି ।

   Related Posts