କ୍ରାଇମ୍ବ୍ରାଞ୍ଚ ହାତରେ ହତ୍ୟା ସୁରାକ୍, ଏୟାରପୋର୍ଟ ଥାନାରେ ଝାର୍ସୁଗୁଡ଼ା ଏସ୍ପି
2/02/2023 at 12:12 PM

ଝାରୁସୁଗୁଡା ୦୨।୦୨ : ନବ ଦାସଙ୍କୁ ହତ୍ୟା ଘଟଣା । ଆଜି ବି ସେଫ୍ଟି ଟାଙ୍କିରେ କ୍ରାଇମବ୍ରାଞ୍ଚର ଛାନଭିନ୍ । ଝାରସୁଗୁଡା ବିମାନବନ୍ଦର ଥାନାର ସ୍ବରେଜ ଟାଙ୍କିକୁ ଖୋଳାଯାଇ ତଦନ୍ତ ଚାଲିଛି । ବୁଧବାର ରାତିରେ ବି ଖୋଳାଯାଇଥିଲା ଟାଙ୍କି।
ଖବର ଅନୁଯାୟୀ, କିଛି ଦସ୍ତାବିଜକୁ ଗୋପାଳ ଚିରି ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନାରେ ଫ୍ଲସ କରିଦେଇଥିଲେ । ଯାହାର ସୁରାକ୍ ପାଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏହିକ୍ରମରେ ଆଜି ବି ସେଫ୍ଟି ଟାଙ୍କିରେ ଛାନଭିନ୍ କରୁଛି କ୍ରାଇମବ୍ରାଞ୍ଚ । ଘଟଣାସ୍ଥଳରେ ଅଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍ପି ଉପସ୍ଥିତ ।
ଏପଟେ ଗୁରୁବାର ସକାଳୁ ଗୋପାଳକୁ କଡ଼ା ସୁରକ୍ଷା ମଧ୍ୟରେ ଥାନାକୁ ଅଣାଯାଇଥିଲା । ଏୟାରପୋର୍ଟ ଥାନାକୁ ଆଣି ଗୋପାଳ ଦାସଙ୍କୁ ନେଇଗଲା କ୍ରାଇମବ୍ରାଞ୍ଚ । ଘଟଣାରେ ଅଧିକ ତଦନ୍ତ ପାଇଁ ବିମାନ ବନ୍ଦର ଥାନାରେ ପହଞ୍ଚିଲେ ଝାରସୁଗୁଡା ଏସପି ସ୍ମିଥ୍ ପରମାର । ସେଫ୍ଟି ଟାଙ୍କି ଖୋଳା ଏବେ ବି ଜାରି ରହିଛି । ଆଉ ଖୋଜା ଚାଲିଛି ଦସ୍ତାବିଜ୍ ।