ରୁଷ୍‌ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା, ଦୁଇ ସାଥୀ ଓ ଟୁର୍‌ ଗାଇଡ୍‌ଙ୍କୁ କଟକ ସ୍ଥାନାନ୍ତର

Published By : Prameya-News7 Bureau | December 28, 2022 IST

କଟକ ୨୮।୧୨ : ରାୟଗଡ଼ାରେ ଦୁଇ ରୁଷ୍‌ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା । ଅନ୍ୟ ଦୁଇ ରୁଷିୟ ପର୍ଯ୍ୟଟକଙ୍କୁ କଟକ ସ୍ଥାନାନ୍ତର । ଉଭୟ ଦମ୍ପତ୍ତିଙ୍କ ସହ ଟୁର୍‌ ଗାଇଡଙ୍କୁ ମଧ୍ୟ କଟକ ସ୍ଥାନାନ୍ତର କରାଯାଇଛି । ତିନି ଜଣଙ୍କୁ କଟକ ସ୍ଥିତ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପଚରାଉଚରା କରାଯିବ ।

ଖବର ଅନୁଯାୟୀ, ରାୟଗଡ଼ାରେ ଦୁଇ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଯାହାର ତଦନ୍ତ କରୁଛି ରାୟଗଡ଼ା ପୋଲିସ । ମଙ୍ଗଳବାର ଦିନ ବାକି ଦୁଇ ପର୍ଯ୍ୟଟକଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ଅଣାଯାଇଥିଲା । ଭୁବନେଶ୍ୱର ସ୍ଥିତ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟଳୟରେ ଦୁଇ ପର୍ଯ୍ୟଟକ ଏବଂ ତାଙ୍କ ସହିତ ଥିବା ଟୁର୍‌ ଗାଇଡ୍‌ଙ୍କୁ ପଚରାଉଚରା କରାଯାଇଥିଲା । ଭୁବନେଶ୍ୱରରେ କ୍ରାଇମ୍‌ବ୍ରାଞ୍ଚ ଆଇଜି ସମସ୍ତଙ୍କୁ ଜେରା କରିଥିଲେ । ଆଉ ଏବେ ସେହି ତିନି ଜଣଙ୍କୁ କଟକ ସ୍ଥିତ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସେଠାରେ ନିର୍ଦ୍ଦେଶକ ପଚରାଉଚରା କରିବେ ।

ସୂଚନାଯୋଗ୍ୟ ଯେ, ଗତ ୨୨ ତାରିଖ ଦିନ ଭ୍ଲାଦିମର ବିଦାନୋଭ ଓ ୨୪ ତାରିଖ ଦିନ ଆଣ୍ଟୋଭ ପାଭେଲ୍‌ଙ୍କର ମୃତ୍ୟୁ ହୋଇଥିଲା । ପାଭେଲ୍‌ ରୁଷିଆ ଜଣେ ପୂର୍ବତନ ସାଂସଦ ଜଣାପଡିଛି । ତେବେ ପାଭେଲ୍‌ଙ୍କ ସହିତ ଆସିଥିବା ଆଉ ଦୁଇ ଜଣ ପର୍ଯ୍ୟଟକ ତୁରୋଭ ମିଖାଇଲ ଓ ପାନାସେଙ୍କା ନତାଲିଆଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ଅଣାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.