ସମ୍ୱଲପୁରରେ କ୍ରାଇମବ୍ରାଞ୍ଚ ତଦନ୍ତ; ତତକାଳିନ ଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାର ଚାଲିଛି ଖୋଳତାଡ଼
17/12/2022 at 6:27 PM

ସମ୍ବଲପୁର ୧୭/୧୨: ସମ୍ବଲପୁରରେ କ୍ରାଇମ ବ୍ରାଞ୍ଚ ଅଧିକାରୀ। ୨୦୧୨ରେ ହୋଇଥିବା ତତ୍କାଳୀନ ଜିଲ୍ଲାପାଳ ମୃଣାଳିନୀ ଦର୍ଶ୍ୱାଳଙ୍କୁ ଆକ୍ରମଣ ଓ ତାଙ୍କ ଘରଭଙ୍ଗା ଘଟଣାକୁ ତଦନ୍ତ ପାଇଁ ଏହି ଟିମ ପହଞ୍ଚିଛି। ସମ୍ବଲପୁରର କିଛି ଓକିଲ ରେଜେଷ୍ଟ୍ରି କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା। ଏନେଇ ତତ୍କାଳୀନ ଜିଲ୍ଲାପାଳଙ୍କୁ ଆକ୍ରମଣ ହୋଇଥିଲା।

ଏବେ ଯେଉଁ ଓକିଲମାନେ ଗିରଫ ହୋଇଛନ୍ତି ସେହି ଓକିଲ ମାନେ ୨୦୧୨ ଘଟଣାରେ ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ କ୍ରାଇମ ବ୍ରାଞ୍ଚ ତଦନ୍ତ କରୁଛିl ତଦନ୍ତ କରିବା ପରେ କ୍ରାଇମବ୍ରାଞ୍ଚ ଟିମ୍ ୨ଜଣଙ୍କୁ ଚିହ୍ନଟ କରିଛି। ଚିହ୍ନଟ ହୋଇଥିବା ୨ ଜଣଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି। ଏନେଇ କ୍ରାଇମବ୍ରାଞ୍ଚ ଡିଏସପି ଶିଶିର ମିଶ୍ର ସବିଶେଷ ସୂଚନା ଦେଇଛନ୍ତି।
Related Posts
କୋଇଲା ବୋଝେଇ ଟ୍ରକ୍ରେ ଅଗ୍ନିକାଣ୍ଡ; ଜୀବନ୍ତ ଜଳିଗଲେ ଚାଳକ
30 January 2023