ଚିତ୍ତରଞ୍ଜନ ମୃତ୍ୟୁ ଘଟଣା, କ୍ରାଇମ୍‌ବ୍ରାଞ୍ଚ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ-ଏଡିଜି

Published By : Prameya-News7 Bureau | December 18, 2021 IST

ପୁରୀ ୧୮।୧୨: ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଘଟଣାର ଛାନ୍‌ଭିନ୍‌ । ମୃତ୍ୟୁକୁ ୪ଦିନ ବିତି ଯାଇଥିଲେ ବି ପୋଲିସର ହାତ ଏବେବି ଖାଲି । ଘଟଣାର ତଦନ୍ତ କରୁଥିବା ଟିମ୍‌ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି ବୋଲି କହିଛନ୍ତି କ୍ରାଇମ୍‌ବ୍ରାଞ୍ଚ ଏଡିଜି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ହାତରେ ଲାଗିଥିବା ତଥ୍ୟକୁ ଅନୁଧ୍ୟାନ କରୁଛି କ୍ରାଇମବ୍ରାଞ୍ଚ । ଆବଶ୍ୟକ ହେଲେ ମାମଲାରେ ଅଟକ ଥିବା ଜଗାର ୪ ଜଣ ସହଯୋଗୀଙ୍କୁ ପୁଣି ଜେରା କରାଯାଇପାରେ । ଏପିରିକି ଲାଏ ଡିଟେକ୍ସନ ଟେଷ୍ଟ ମଧ୍ୟ କରାଯାଇପାରେ । କେବଳ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା ରହିଛି । ରିପୋର୍ଟ ଆସିବା ପରେ ତଦନ୍ତ ଆହୁରୀ ଗତିଶୀତ ହେବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଚିତ୍ତରଞ୍ଜନ ମୃତ୍ୟୁ ଘଟଣାର ସରଜମିନ୍‌ ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ ତଦନ୍ତ କରୁଛି । ଘଟଣାରେ କିଛି ଲୋକଙ୍କୁ ମଧ୍ୟ ଜେରା କରିସାରିଲାଣି ତଦନ୍ତକାରୀ ଟିମ୍‌ । ଏପରିକି ଚିତ୍ତ ସେ ଦିନ ରାତିରେ କେଉଁ ସବୁ ସ୍ଥାନକୁ ଯାଇଥିଲା ଏବଂ କେଉଁ ମାନଙ୍କ ସହିତ ସାଙ୍ଗ ହୋଇଥିଲା । ସେସବୁର ଅନୁଧ୍ୟାନ କରୁଛି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.