ଅନନ୍ତନାଗରେ ଆତଙ୍କୀ ଆଡ୍ଡା ଉପରେ ଚଢଉ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

Published By : Prameya-News7 Bureau | February 21, 2021 IST

ଜାମ୍ମୁ ୨୧/୦୨ : ଦକ୍ଷିଣ କାଶ୍ମୀରରେ ପୁଣି ଥରେ ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଚଢଉ କରିଛି ପୋଲିସ । ବଡ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବା ବେଳେ ଏହାକୁ ପଣ୍ଡ କରିଦେଇଛି ଅନନ୍ତନାଗ ପୋଲିସ । ସଂପୃକ୍ତ ଅଞ୍ଚଳରୁ ୩ଟି ଏକେ-୪୭, ୨ଟି ଚାଇନା ପିସ୍ତଲ, ୨ଟି ଚାଇନା ଗ୍ରେନେଡ୍‌, ଗୋଟିଲ ଡର୍ବିନ୍‌ ଓ ମାଗାଜିନ୍‌ ଜବତ କରାଯାଇଥିବା ସୂଚନା ମିଳିଛି ।

ଶ୍ରୀନଗର କୃଷ୍ଣା ଟାବେ ଗୁଳିମାଡ ଘଟଣାରେ ସଂପୃକ୍ତ ଆତଙ୍କବାଦୀକୁ ପଚରାଉଚରା ବେଳେ ଉକ୍ତ ଆତଙ୍କୀ ଆଡ୍ଡା ବିଷୟରେ ଜାଣିବାକୁ ପାଇଥିଲା ପୋଲିସ । କୌଶଳକ୍ରମେ ଉକ୍ତ ଅଞ୍ଚଳରେ ଚଢାଉ କରାଯାଇଥିଲା । ଆତଙ୍କବାଦୀମାନେ ଆକ୍ରମଣ କରିବା ଭୟ ଥିବାରୁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରି ସେହି ଆଡ୍ଡା ଉପରେ ଚଢଉ କରିଥିଲା ପୋଲିସ । ତେ​‌ବେ ସେହି ଆଡ୍ଡାରେ ଆତଙ୍କବାଦୀମାନେ ଥିଲେ କି ନାହିଁ ସେ ନେଇ ଅଧିକ ସୂଚନା ହସ୍ତଗତ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.