ଦୋକାନ ଭିତରେ ପଶି ଗୁଳି କଲେ ଦୁର୍ବୃତ୍ତ; ସ୍ୱାମୀ-ସ୍ତ୍ରୀ ମୃତ
28/11/2022 at 11:08 PM

ବଡ଼ବିଲ ୨୮/ ୧୧ : ଗୁଳିମାଡ଼ରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ଏପରି ଘଟଣା ବଲାଣୀ ଅନ୍ତର୍ଗତ ଲସର୍ଦା ଗାଁରେ ଦେଖିବାକୁ ମିଳିଛି। ମୃତକଙ୍କ ପରିଚୟ ଲକ୍ଷ୍ମୀଧର ଆପଟ ଓ ମଞ୍ଜୁଲତା ଆପଟ। ସେ ଦୁହେଁ ତାଙ୍କ ତେଜରାତି ଦୋକାନରେ ଥିବାବେଳେ ଦୁର୍ବୃତ୍ତମାନେ ଦୋକାନୃରେ ପଶି ତାଙ୍କୁ ଗୁଳିମାଡ଼ କରିଥିଲେ। ତେବେ ଏପରି ଅପରାଧିକ କାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ଘଟଣା ସ୍ଥଳରେ ବଲାଣୀ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଏହାର ଅଧିକ ତନାଘନା ଚଳାଇଛି।
Related Posts
୨୦୧୩ରେ ଗୋପାଳଙ୍କୁ ମିଳିଥିଲା ବନ୍ଧୁକ, ୨୦୨୦ରେ ପୁୁରୁଣା ଗୁଳି ବଦଳାଇଥିଲେ
31 January 2023
ପଂଚାୟତ ନିର୍ବାହୀ ଅଧିକାରୀଙ୍କ କଳାକାରନାମା, ବଞ୍ଚି ଥାଉ ଥାଉ ମାରିଦେଲେ
31 January 2023