ଢେଙ୍କାନାଳ କମଳାଙ୍ଗରେ ବିଦ୍ୟୁତ୍ ତାର ଲାଗି ୭ହାତୀ ମୃତ୍ୟୁ ଘଟଣା ; କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

Published By : Prameya-News7 Bureau | October 29, 2018 IST

ଢେଙ୍କାନାଳ ୨୯|୧୦: ଢେଙ୍କାନାଳ କମଳାଙ୍ଗରେ ବିଦ୍ୟୁତ୍ ତାର ଲାଗି ୭ହାତୀ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । କ୍ରାଇମବ୍ରାଞ୍ଚ ଏସପିଙ୍କ ନେତୃତ୍ବରେ ଏକ ଟିମ୍ ଘଟଣାସ୍ଥଳରେ ଅନୁଧ୍ୟାନ କରିଛି । ଆଜି ମଧ୍ୟ ଆଉ ଏକ ଟିମ୍ ଘଟଣାସ୍ଥଳରେ ଛାନଭିନ୍ ଆରମ୍ଭ କରିଛି । ବିଦ୍ୟୁତ୍ କାମ କରୁଥିବା ଠିକା ସଂସ୍ଥା ରାହି କନଷ୍ଟ୍ରକସନର ସମସ୍ତ କର୍ମଚାରୀ ଠିକା କ୍ୟାମ୍ପ୍ ଛାଡି ଫେରାର ହୋଇ ଯାଇଛନ୍ତି । ଏପଟେ ବନ ବିଭାଗ କର୍ମଚାରୀ ଏବଂ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚରା କରୁଛି । ଅନ୍ୟପକ୍ଷରେ ହାତୀ ମୃତ୍ୟୁ ଘଟଣା ପ୍ରତିବାଦରେ ଡିଏଫ ଓଙ୍କ ଅଫିସ ଘେରିଛନ୍ତି ସ୍ଥାନୀୟ ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.