ଏଫଏମ ଛାତ୍ରୀ ଆତ୍ମାହୁତି ଘଟଣା, ମୁହଁ ଘୋଡେଇ ପମ୍ପରୁ ପେଟ୍ରୋଲ କିଣିଥିଲେ ଛାତ୍ରୀ ?

Published By : Prameya-News7 Bureau | July 19, 2025 IST

ବାଲେଶ୍ୱର ୧୯/୦୭: ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ ଟିମ୍ । ପେଟ୍ରୋଲ ପମ୍ପରେ ସିସିଟିଭି ଯାଞ୍ଚ ଭିତରେ ମିଳିଛି ଚାଞ୍ଚଲ୍ୟକର ତଥ୍ୟ । ଘଟଣା ଦିନ ପେଟ୍ରୋଲ ପମ୍ପରୁ ଜଣେ ଯୁବତୀ ସ୍କୁଟିରେ ଆସି ପେଟ୍ରୋଲ ନେଇଥିବା ସୂଚନା ମିଳିଛି । 

ଏନେଇ ସୂଚନା ଦେଇଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ । ତେବେ ପେଟ୍ରୋଲ କାହିଁକି ନେଇଥିଲେ ତାହା ଏଯାଏଁ ସ୍ପଷ୍ଟ ହୋଇନି । ଫକୀରମୋହନ ମହାବିଦ୍ୟାଳୟ ନିକଟରେ ତାରିଣୀ ପେଟ୍ରୋଲ ପମ୍ପ ରହିଛି । କ୍ରାଇମବ୍ରାଞ୍ଚ ଟିମ୍ ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ସିସିଟିଭି କ୍ୟାମେରାର ହାର୍ଡଡିସ୍କକୁ ଜବତ କରିଛି ।

ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ ଟିମ୍ । କଲେଜ ନିକଟ ତାରିଣୀ ପେଟ୍ରୋଲ ପମ୍ପରେ ଆଜି ଦ୍ୱିତୀୟ ଦିନରେ କ୍ରାଇମବ୍ରାଞ୍ଚ ଟିମ ଯାଞ୍ଚ କରିଛି । ଫକୀରମୋହନ ମହାବିଦ୍ୟାଳୟ ନିକଟରେ ତାରିଣୀ ପେଟ୍ରୋଲ ପମ୍ପ ରହିଛି 

also read...

FM କଲେଜରେ UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ସହ ଉଚ୍ଚଶିକ୍ଷା ତଦନ୍ତକାରୀ ଟିମ୍‌ର ତନାଘନା, ସେପଟେ ଗୁମର ଖୋଜୁଛି କ୍ରାଇମବ୍ରାଞ୍ଚ 

ତେଣୁ ଆତ୍ମହୂତି ଦେବାକୁ ପୀଡିତା କିମ୍ୱା ଅନ୍ୟ କେହି ତାରିଣୀ ତେଲ ଟାଙ୍କିରୁ ପେଟ୍ରୋଲ ନେଇଥିବା ସନ୍ଦେହ କରାଯାଉଛି । ଯାହା ଅନୁମାନ ମୃତ ଛାତ୍ରୀ ଜଣଙ୍କ ମୁହଁରେ କପଡା ଗୁଡାଇ ପେଟ୍ରୋଲ ନେଇଥିଲେ । ତେବେ କ୍ରାଇମବ୍ରାଞ୍ଚ ଟିମ୍ ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବା  ସହ ସିସିଟିଭି କ୍ୟାମେରାର ହାର୍ଡଡିସ୍କକୁ ଜବତ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.