ସୁନ୍ଦରଗଡ଼ରେ କ୍ରାଇମ୍‌ବ୍ରାଞ୍ଚ ଟିମ୍, ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଛାନ୍‌ଭିନ୍‌

Published By : Prameya-News7 Bureau | August 12, 2020 IST

ସୁନ୍ଦରଗଡ ୧୨।୦୮: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା । ଘଟଣାର ଛାନଭିନ୍‌ ପାଇଁ ସୁନ୍ଦରଗଡରେ ପହଞ୍ଚିଛି କ୍ରାଇମବ୍ରାଞ୍ଚର ଟିମ୍‌ । ବୀରମିତ୍ରପୁର, ରାଏବଗା ଯାଇ ସରଜମିନ୍ ତଦନ୍ତ କରୁଛନ୍ତି କ୍ରାଇମ୍‌ବ୍ରାଞ୍ଚର ୪ ଜଣିଆ ଟିମ୍‌ । ଘଟଣାରେ ପୂର୍ବରୁ ବୀରମିତ୍ରପୁର ଥାନା ଆଇଆଇସି ଓ ଗର୍ଭପାତ କରିଥିବା ଡାକ୍ତର ଗିରଫ ହୋଇସାରିଛନ୍ତି ।

{"id":313447,"sizeSlug":"large"}

ଗତ ଜୁନ ୨୩ ତାରିଖରେ ଜିଲ୍ଲା ଶିଶୁ ସୁରକ୍ଷା ଅଧତ୍କାରୀ ରାଏବଗା ଥାନାରେ ବୀରମିତ୍ରପୁରା ଥାନା ଆନନ୍ଦ ମାଝୀ ଏବଂ ଗର୍ଭପାତ କରାଇଥିବା ଡାକ୍ତର ଦେବାଶିଷ ଘୋଷ, ନାବାଳିକାର ସାବତ ବାପା ସହ ନାବାଳିକାର ଦୁଇ ପୁରୁଷ ବନ୍ଧୁଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା । ଘଟଣାରେ ଦୁଇ ଜଣ ଗିରଫ ହେବା ପରେ ଫେରାର ଆଉ ୩ ଜଣଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ । ତେବେ ସୁନ୍ଦରଗଡ଼ରେ ରାଏବଗା ଥାନା ସହ ବୀରମିତ୍ରପୁର ଥାନାକୁ ଯାଇ କରିବ ଘଟଣାର ସରଜମିନ ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।

{"id":313448,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.