ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ଟିମ୍, ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କ୍ ନେଇ ତନାଘନା

Published By : Prameya-News7 Bureau | December 12, 2020 IST

ବ୍ରହ୍ମପୁର ୧୨।୧୨: ପୁଣି ଥରେ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଜର ଖୋଳତାଡ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କ୍ କୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । ଜଣେ ଡିଏସପିଙ୍କ ସମେତ ଦୁଇ ଜଣ ଇନ୍ସପେକ୍ଟରଙ୍କୁ ନେଇ ୫ ଜଣିଆ ଟିମ୍ ତଦନ୍ତ କରୁଛନ୍ତି ।

ସେପଟେ ଜଣେ ସରପଞ୍ଚ ସମେତ ସିଟି କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ମଧ୍ୟ ଜେରା କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଏହାରି ଭିତରେ ଆଉ କେତେକ ଲୋକଙ୍କୁ ଜେରା କରାଯିବାର ସମ୍ଭାବନା ରହିଛି । ଏହାକୁ ନେଇ ଏବେ ପ୍ରଦୀପଙ୍କ ସହଯୋଗୀ ଏବଂ ଲିଙ୍କ୍ ରେ ଥିବା ବ୍ୟକ୍ତି ବିଶେଷଙ୍କ ହୃତସ୍ପନ୍ଦନ ବଢିଯାଇଛି । କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ନେଇ ବ୍ରହ୍ମପୁର ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

ସେପଟେ ବୋରିଗାଁ ସରପଞ୍ଚ ବସନ୍ତ ସାହୁଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଥିବା କହିଛନ୍ତି । ବସନ୍ତଙ୍କ ପୁତୁରାକୁ ଟାଟାରେ ଚାକିରୀ କରାଇଦେବାକୁ ବିଧାୟକଙ୍କ ଭାଇ ଦେଢ ମାସ ପୂର୍ବେ କାଗଜପତ୍ର ମାଗିଥିବା ଅଭିଯୋଗ କରିଥିବା କହିଛନ୍ତି । ଏମିତି ଅନେକ ଲୋକଙ୍କୁ କ୍ରାଇମବ୍ରାଞ୍ଚ ମାରାଥାନ୍ ଜେରା କରୁଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.