suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ମାମଲାର ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍

1/04/2023 at 9:53 AM

ଭୁବନେଶ୍ବର ୧।୪: ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ମାମଲାରେ ତଦନ୍ତ ଦାୟିତ୍ବ ନେଇଛି କ୍ରାଇମବ୍ରାଞ୍ଚ । ଜଣେ ଡିଏସ୍‌ପିଙ୍କ ନେତୃତ୍ବରେ ଦୁଇଟି ଟିମ୍ ଗଠନ ହୋଇଛି । ଗୋଟିଏ ଟିମ୍ ବଲାଙ୍ଗିର ଗସ୍ତ କରି ଘଟଣାସ୍ଥଳରେ ଛାନଭିନ୍ କରିବ । ଅନ୍ୟ ଟିମ୍ ବଲାଙ୍ଗିର ପୋଲିସର ତଦନ୍ତ ନେଇ କାଗଜପତ୍ର ଛାନଭିନ୍ କରିବ ।

ଉଲ୍ଲେଖଯୋଗ୍ୟ ଯେ, ବଲାଙ୍ଗୀର ଜାଲ୍ ସାର୍ଟିଫିକେଟ୍ ଘଟଣାରେ ମାଷ୍ଟର ମାଇଣ୍ଡଙ୍କ ସମେତ ୧୯ ଜଣଙ୍କୁ ଗିରଫ କରିଥିଲା ବଲାଙ୍ଗୀର ପୋଲିସ । ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଓ ତାଙ୍କ ସହଯୋଗୀ ଆଲୋକ ଉଦଗାତାଙ୍କ ସମେତ ୧୯ ଜଣଙ୍କୁ ପୋଲିସ ଗିରଫ କରିଥିଲା । ମନୋଜଙ୍କ ରିଲାଏନ୍ସ ଏଜୁକେଶନାଲ କମ୍ପ୍ଲେକ୍ସରୁ ଜାଲ୍ ସାର୍ଟିଫିକେଟ୍ ତିଆରି କରୁଥିବା ବହୁ ସାମଗ୍ରୀ ଜବତ କରିଥିଲା ପୋଲିସ । ମନୋଜଙ୍କ ଡାଏରୀରୁ ବହୁ ସହଯୋଗୀଙ୍କ ତଥ୍ୟ ସହ ମିଳିଥିବା ହାର୍ଡଡିସ୍କରୁ ଅନେକ ଗୁମର ଖୋଲିବା ନେଇ ସୂଚନା ଦେଇଥିଲେ ଏସପି ।

ତେବେ ୪ଟି କମ୍ପ୍ୟୁଟର, ୨ଟି ଲ୍ୟାପଟପ, ୩ଟି ପ୍ରିଣ୍ଟର, ୧ଟି ସ୍କାନର, ଗୋଟିଏ ଜେରସ୍କ ମେସିନ, ୨୫୦ ଜିବି ଏସ୍କଟରନାଲ ଡ୍ରାଇଭ, ବହୁ ମୋବାଇଲ ଫୋନ୍ ଓ ୩ ଲକ୍ଷ ୬୭ ହଜାର ଟଙ୍କା ଜବତ କରିଥିଲା ପୋଲିସ । ସେହିପରି  ଏକ ହଜାରରୁ ଅଧିକ ସାର୍ଟିଫିକେଟ୍, ବଲାଙ୍ଗୀର ତହସିଲଦାରଙ୍କ ସିଲ୍, ତହସିଲ କୋର୍ଟ ସିଲ୍ ସହ ୨୭ରୁ ଅଧିକ ସ୍କୁଲ କଲେଜର ସିଲ୍ ମଧ୍ୟ ଜବତ ହୋଇଥିଲା । ଏହାସହ ସରକାରୀ ଅଧିକାରୀଙ୍କ ଭେରିଫିକେସନ ଲେଟର ପୋଲିସ ହାତରେ ଲାଗିଥିଲା ।

   Related Posts