ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଘଟଣା : ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ ଟିମ୍

Published By : Prameya-News7 Bureau | December 16, 2021 IST

ପୁରୀ ୧୬।୧୨: ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ । ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ବରେ ୪ ଜଣିଆ ଟିମ୍ ପ୍ରଥମ ଦିନରେ ଚିତ୍ତରଞ୍ଜନଙ୍କ ମୃତ୍ୟୁ ହୋଇଥିବା ଘଟଣାସ୍ଥଳରୁ ତଦନ୍ତ ଆରମ୍ଭ କରିଛନ୍ତ । ବ୍ରହ୍ମଗିରି ଗଡମୃଗସିରା ଅଞ୍ଚଳ ଭାର୍ଗବୀ ନଦୀର ନୂଆନଈ ଅଞ୍ଚଳକୁ ଯାଇ ଛାନଭିନ୍ କରିଛି ଟିମ୍ ।

{"id":560286,"width":751,"height":413,"sizeSlug":"full","linkDestination":"none"}

ବୁଧବାର ରାତି ୧୦ଟା ୧୫ମିନିଟ୍‌ରେ କ୍ରାଇମବ୍ରାଞ୍ଚ ଟିମ୍‌ ପ୍ରଥମେ ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଘଟଣା ସମ୍ପର୍କରେ ଏସପିଙ୍କ ସହ ଆଲୋଚନା କରିଥିଲେ । କେଉଁ ପରିସ୍ଥିତିରେ ଚିତ୍ତରଞ୍ଜନଙ୍କ ହତ୍ୟା କରାଯାଇଛି ଏବଂ ପୋଲିସ କାହାକୁ ଅଟକ ରଖି ପଚରାଉଚରା କରୁଛି ସେନେଇ କ୍ରାଇମବ୍ରାଞ୍ଚ ଟିମ୍ ଏସପିଙ୍କ ସହ ଆଲୋଚନା କରିଥିଲେ । ତେବେ ପୋଲିସଠାରୁ ସମସ୍ତ ଦସ୍ତାବିଜ କ୍ରାଇମବ୍ରାଞ୍ଚ ଟିମ୍ ଗ୍ରହଣ କରିବା ପରେ ଗୁରୁବାର ପ୍ରଥମ ଦିନର ତଦନ୍ତ ଆରମ୍ଭ କରଛି କ୍ରାଇମବ୍ରାଞ୍ଚ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.