କ୍ରାଇମବ୍ରାଞ୍ଚ ଜାରି କଲା SOP : ମାଲଖାନା ସ୍ଥିତି ପରଖିବା ପାଇଁ ସବୁ ଜିଲ୍ଲା ଏସପି, ଡିସିପି ଓ ଡ଼ିଆଇଜିଙ୍କୁ ନିର୍ଦ୍ଦେଶ

Published By : Prameya-News7 Bureau | September 30, 2021 IST

ଭୁବନେଶ୍ବର ୩୦।୯: ପୁରୀ ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ ଆଡ଼ଭାଇଜରୀ ଜାରି କଲା କ୍ରାଇମବ୍ରାଞ୍ଚ । ସବୁ ଜିଲ୍ଲା ଏସପି, ଡିସିପି ଓ ଡ଼ିଆଇଜିଙ୍କୁ ମାଲଖାନା ସ୍ଥିତି ପରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମାଲଖାନା ପରିଚାଳନା ସହ ବିସ୍ଫୋରକ ଗଚ୍ଛିତ ଉପରେ ନଜର ରଖିବକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ, ସୋମବାର ରାତି ପ୍ରାୟ ୧୨ ଟା ୫ରେ ପୁରୀ ବଳଙ୍ଗା ଥାନାରେ ହୋଇଥିଲା ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଆଖପାଖ ଅଂଚଳ ଭୂମିକଂପର ପରି ଧରି ଉଠିଥିଲା । ଧୂଆଁମୟ ହୋଇ ଉଠିଥିଲା ପୁରା ପରିବେଶ । ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ । ତେବେ ବିସ୍ଫୋରଣରେ ଥାନାର ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜ ଓ ଆସବାବପତ୍ର ନଷ୍ଟ ହୋଇଯାଇଥିବା ବେଳେ ଡ୍ୟୁଟିରେ ଥିବା ସେଣ୍ଟ୍ରି ଅଳ୍ପକେ ବର୍ତ୍ତିଯାଇଛନ୍ତି । ଥାନା ମାଲଖାନାରେ ଜବତ ହୋଇଥିବା ବାଣ ଓ ବ୍ୟାଟେରୀରୁ ଏହି ବିସ୍ଫୋରଣ ଘଟିଥାଇ ପାରେ ବୋଲି କୁହାଯାଉଛି । ତେବେ ତଦନ୍ତ ପରେ ବିସ୍ଫୋରଣର କାରଣ ଜଣାପଡିବ ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.