ଆଦିତ୍ୟ ଦାସ ମୃତ୍ୟୁ ମାମଲା : ଆକ୍ସନ ମୋଡ଼ରେ କ୍ରାଇମ୍‌ବ୍ରାଞ୍ଚ, ଲିଙ୍ଗରାଜ ଷ୍ଟେସନ ଯାଇ ଛାନ୍‌ଭିନ୍‌

Published By : Prameya-News7 Bureau | July 30, 2020 IST

ଭୁବନେଶ୍ୱର ୩୦।୦୭: ଯୁବ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାର ଖୁଲାସା କରିବ କ୍ରାଇମବ୍ରାଞ୍ଚ । ଲିଙ୍ଗରାଜ ଷ୍ଟେସନ ଯାଇ କ୍ରାଇମବ୍ରାଞ୍ଚର ଖୋଳତାଡ ଆରମ୍ଭ କରିଛି  । ମୃତଦେହ ମିଳିଥିବା ସ୍ଥାନକୁ ଉଭୟ କ୍ରାଇମବ୍ରାଞ୍ଚ ଓ ଜିଆରପି ଟିମ୍ ଯାଇଛନ୍ତି । ଦୀର୍ଘଦିନ ଧରି ଘଟଣାର ତଦନ୍ତ ଜିଆରପି କରୁଥିଲେ ମଧ୍ୟ ଏଯାଏଁ କୌଣସି ନିଷ୍କର୍ସରେ ପହଁଞ୍ଚି ପାରିନଥିଲା । ତେବେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ପୋଲିସ ଡିଜି ଦେବା ପରେ ସଙ୍ଗେ ସଙ୍ଗେ ଆକ୍ସନ ମୋଡକୁ ଆସିଛି କ୍ରାଇମବ୍ରାଞ୍ଚ ।

ପୋଲିସ ଡିଜି ଅଭୟ ତଦନ୍ତ ନିର୍ଦ୍ଦେଶ ଦେବାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଜିଆରପିରୁ କାଗଜପତ୍ର ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଜଣେ ଡିଏସପିଙ୍କ ନେତୃତ୍ବରେ ୨ ଜଣିଆ ଟିମ୍ ପହଞ୍ଚି ଜିଆରପି ଠାରୁ କାଗଜପତ୍ର ଗ୍ରହଣ କରିଛି । ତେଣୁ ତଦନ୍ତ ଆରମ୍ଭରୁ କ୍ରାଇମବ୍ରାଞ୍ଚ ଆକ୍ସନ ମୋଡକୁ ଆସିଥିବାରୁ କ୍ରାଇମବ୍ରାଞ୍ଚ ତଦନ୍ତରେ ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ଖୋଲିବା ସହ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ଯାହା ସ୍ପଷ୍ଟ ହେବ ବୋଲି ଆଶା ସଂଚାର ହୋଇଛି ।

ଗତ ୭ ତାରିଖ ସକାଳେ ଲିଙ୍ଗରାଜ ରୋଡ୍ ରେଲୱେ ଷ୍ଟେସନ ପାଖ ରେଳ ଧାରଣାରୁ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ଏନେଇ ଜିଆରପି ପୋଲିସ ତଦନ୍ତ କରୁଥିଲା । ମାମଲାରେ ଆଦିତ୍ୟଙ୍କ ପତ୍ନୀ ଏବଂ ୩୦ରୁ ଅଧିକ ବନ୍ଧୁଙ୍କୁ ଜେରା କରିଛି । ଆଦିତ୍ୟଙ୍କ ସୁଇସାଇଡ ନୋଟ୍ ମିଳିବା ପରେ ମାମଲା ନେଇ ଟ୍ବିଷ୍ଟ ଆସିଥିଲା । ହାଣ୍ଡ ରାଇଟିଂ ବ୍ୟୁରୋ ଏହା ଆଦିତ୍ୟଙ୍କ ହାତ ଲେଖା ବୋଲି କହିଥିଲା । ତେବେ ଏହି ମାମଲାରେ ବେଶି କିଛି ସୁରାଗ ମିଳିପାରିନଥିବା ବେଳେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ଛାନଭିନ୍ ଆରମ୍ଭ କରିଛି ।

wp:core-embed/wordpress {"url":"http://www.prameyanews7.com/crime-branch-to-take-charge-of-investigation-death-of-social-activist-sri-aditya-das/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/crime-branch-to-take-charge-of-investigation-death-of-social-activist-sri-aditya-das/
/wp:core-embed/wordpress

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.