ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍, ଋଷ ପର୍ଯ୍ୟଟକ ମୃତ୍ୟୁ ନେଇ ତନାଘନା

Published By : Prameya-News7 Bureau | December 30, 2022 IST

ରାୟଗଡା ୩୦/୧୨: ବହୁ ଚର୍ଚ୍ଚିତ ରୁଷ ପର୍ଯ୍ୟଟକ ବ୍ଲାଦିମିର ବିଦାନୋଭ ଓ ଆଣ୍ଟୋଭ ପାଭେଲ ମୃତ୍ୟୁ ଘଟଣା ତଦନ୍ତ ପାଇଁ ରାୟଗଡ଼ା ଠାରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ୧୨ ଜଣିଆ ଟିମ୍ ଆସିଛନ୍ତି । ଏଥିରେ ସାଇଣ୍ଟିଫିକ ଟିମ୍ ମଧ୍ୟ ରହିଛନ୍ତି ।

ଶୁକ୍ରବାର ଭୋରରୁ ପହଞ୍ଚିବା ପରେ କ୍ରାଇମବ୍ରାଞ୍ଚ ଅଧିକାରୀ ଓ ଗତକାଲି ଅନୁସନ୍ଧାନ ପାଇଁ ଆସିଥିବା ଆଇ.ବି ଟିମ୍ ମଧ୍ୟରେ ସାକ୍ଷାତ ହୋଇଥିଲା । ପାଖାପାଖି ହୋଟେଲରେ ରହୁଥିବା ଦୁଇଟି ତଦନ୍ତକାରୀ ସଂସ୍ଥା କର୍ତ୍ତୃପକ୍ଷ ମଧ୍ୟରେ ସକାଳୁ ଆଲୋଚନା ହୋଇଥିବା ଜଣାପଡ଼ିଛି । ଏହାପରେ କ୍ରାଇମବ୍ରାଞ୍ଚ ଟିମ୍ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଯାଇ ସେଠାରେ ଏସପି, ଏସଡିପିଓ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ସହିତ ଆଲୋଚନା କରିଥିଲେ ।

ସେହିଭଳି ପୁଲିସ ଗେଷ୍ଟ ହାଉସ ଠାରେ ଆଇଆଇସି ଓ ଅନ୍ୟ ତଦନ୍ତକାରୀ ଅଧିକାରୀ ସହିତ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି। ତେବେ କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳ ହୋଟେଲରେ କେତେବେଳେ ପହଞ୍ଚିବେ ତାହା ଜଣାପଡ଼ିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.