ଋଷୀୟ ପର୍ଯ୍ୟଟକ ମୃତ୍ୟୁ ଘଟଣା, ଦ୍ୱିତୀୟ ଦିନରେ ମଧ୍ୟ କ୍ରାଇମବ୍ରାଞ୍ଚ ତନାଘନା

Published By : Prameya-News7 Bureau | December 31, 2022 IST

ରାୟଗଡ଼ା ୩୧/୧୨: ଦ୍ୱିତୀୟ ଦିନରେ ମଧ୍ୟ କ୍ରାଇମବ୍ରାଞ୍ଚ ତରଫରୁ କ୍ରାଇମବ୍ରାଞ୍ଚ ତନାଘନା । ଦୁଇ ଋଷ ପର୍ଯ୍ୟଟକ ମୃତ୍ୟୁ ଘଟଣାରେ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ ଟିମ୍ । ଆଜି ଥାନା ଓ ଶ୍ମଶାନ ଯାଇ ଚଳାଇଛନ୍ତି ତଦନ୍ତ । ଦ୍ୱିତୀୟ ଦିନରେ ରାୟଗଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍ ତରଫରୁ ତଦନ୍ତ ଜାରି ରହିଛି ।

ସୂଚନା ଥାଉକି, ବହୁ ଚର୍ଚ୍ଚିତ ଋଷ ପର୍ଯ୍ୟଟକ ବ୍ଲାଦିମିର ବିଦାନୋଭ ଓ ଆଣ୍ଟୋଭ ପାଭେଲ ମୃତ୍ୟୁ ଘଟଣା ତଦନ୍ତ ପାଇଁ ରାୟଗଡ଼ା ଠାରେ ଦ୍ବିତୀୟ ଦିନରେ ତଦନ୍ତ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ଆସିଥିବା ୧୨ ଜଣିଆ ଟିମ୍ ଆଜି ରାୟଗଡା ଥାନା ଓ ସିରିଗୁଡା ଶ୍ମଶାନ ଯାଇ ଅନୁସନ୍ଧାନ କରିଛନ୍ତି । ଏଥିରେ ସାଇଁଟିଫିକ ଓ ଫରେନସିକ ଟିମ୍ ମଧ୍ୟ ରହିଛନ୍ତି ।

କ୍ରାଇମବ୍ରାଞ୍ଚ ଅଧିକାରୀ ସ୍ଥାନୀୟ ପୁଲିସ ସହିତ ମଧ୍ୟରେ ସାକ୍ଷାତ କରି ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି । ଏଥିସହ ଶ୍ମଶାନରେ ଦୁଇ ମୃତକଙ୍କ ପାଉଁଶରୁ ହାଡ ଓ ଶରୀରର ଅନ୍ୟ ଅଂଶ ସଂଗ୍ରହ କରିଛନ୍ତି । ତେବେ ଆଜି ପୁନର୍ବାର କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳ ହୋଟେଲରେ କେତେବେଳେ ପହଞ୍ଚିବେ ତାହା ଜଣାପଡ଼ିନାହିଁ । କିନ୍ତୁ ହୋଟେଲ କର୍ମଚାରୀ ଉପସ୍ଥିତ ରହିବା ପାଇଁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.