ଡାକ୍ତରଙ୍କ ପରେ ଏବେ ତଦସିଲଦାରଙ୍କ ପାଳି : ପାରଳାଖେମୁଣ୍ଡି ତହସିଲ ଅଫିସ୍‌ରେ ତହସିଲଦାରଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ଟିମ୍

Published By : Prameya-News7 Bureau | August 18, 2021 IST

ଗଜପତି ୧୮।୮: ପାରଳାଖେମୁଣ୍ଡି ତହସିଲ କାର୍ଯ୍ୟାଳୟରେ ପହଁଞ୍ଚିଲା କ୍ରାଇମବ୍ରାଞ୍ଚ ।  ତହସିଲଦାରଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ ସ୍ବତନ୍ତ୍ର ଟିମ୍ ।

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତରେ ପଞ୍ଚମ ଦିନରେ ୩ ଜଣ ଡାକ୍ତରଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ଦୀର୍ଘ ଚାରି ଘଣ୍ଟା ଧରି ଜେରାରେ ଗୁଡ଼ାଇ ତୁଡାଇ ପ୍ରଶ୍ନ କରିଛି କ୍ରାଇମବ୍ରାଞ୍ଚ, ଘଟଣା ଦିନ ଚିକିତ୍ସା କରିଥିବା ଡ଼ାକ୍ତରଙ୍କ କହିବା କଥା ହେଲା ତାଙ୍କୁ ଅଚେତ ଅବସ୍ଥାରେ ମେଡିକାଲ ଅଣାଯାଇଥିଲା, ପରେ ତାଙ୍କୁ ସଚେତ କରାଯାଇଥିଲା । କିଛି ସମୟର ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଆସିବାରୁ ଅଧିକ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲ ବ୍ରହ୍ମପୁରକୁ ସ୍ଥାନାନ୍ତର କରିଥିଲେ । ସେହି ସମୟରେ ଚିକିତ୍ସା କରୁଥିବା ଡାକ୍ତରଙ୍କ ଉପସ୍ଥିତିରେ ସୌମ୍ୟଙ୍କ ଚେତା ଆସିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରାଯାଇଥିବା କହିଛନ୍ତି ।

ବୁଧବାର ଦିନ ସାଢେ ୧୦ଟାରୁ ଅପରାହ୍ନ ପର୍ଯ୍ୟନ୍ତ ୪ ଘଣ୍ଟା ଧରି ଲଗାତାର ଭାବରେ ୩ ଜଣ ଡାକ୍ତରଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ମଙ୍ଗଳବାର ବନ ବିଭାଗର କର୍ମଚାରୀ ଓ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଜେରା କରି ମାମଲାରେ କିଛି ନୂଆମୋଡ ଆସିଥିବା ବେଳେ ପୋଲିସ ତଦନ୍ତରେ ସାମିଲ କରି ନଥିବା ଡ଼ାକ୍ତରଙ୍କୁ ତଦନ୍ତରେ ସାମିଲ କରିଛି, ଅପରାହ୍ନରେ ମୃତ୍ୟୁକାଳୀନ ଜମାନବନ୍ଦୀ ନେବା ସମୟରେ ଦାୟିତ୍ଵରେ ରହିଥିବା ମାଜିଷ୍ଟ୍ରେଟଙ୍କ ବୟାନ ରେକର୍ଡ କରିବ ।

ତେବେ ଏଠାରେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସୌମ୍ୟଙ୍କ ୯୦ ପ୍ରତିଶତ ପୋଡି ଯାଇଥିବା ବେଳେ ଚିକିତ୍ସା କରି ଡାକ୍ତର ଦୁଇରୁ ତିନି ଘଣ୍ଟା ମଧ୍ୟରେ ନିକଟସ୍ଥ ହସ୍ପିଟାଲରେ ଅଧିକ ଚିକିତ୍ସା ମିଳି ପାରିବ ଆଶା ରଖି ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ବିଦ୍ୟାଭାରତୀଙ୍କ ନିଷ୍ପତ୍ତିକ୍ରମେ କଟକ ସ୍ଥାନାନ୍ତର କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.