ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଶୌଚାଳୟ ଟାଙ୍କିରୁ ମିଳିଲା ଅଭିଯୁକ୍ତର ହାତ ଲେଖା ଚିଠି
2/02/2023 at 5:17 PM

ଭୁବନେଶ୍ୱର ୦୨/୦୨: ସ୍ୱର୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟାମାମଲାରେ ତଦନ୍ତରେ ଅଗ୍ରଗତି ହୋଇଛି। ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ଗତକାଲି ବା ବୁଧବାର ରାତିରେ ଝାରସୁଗୁଡ଼ା ବିମାନବନ୍ଦର ଥାନାର ପାଇଖାନା ଟାଙ୍କି ଖୋଳା ଚାଲିଥିବା ବେଳେ ଗୁରୁବାର ଅଭିଯୁକ୍ତ ଗୋପାଳର ହାତ ଲେଖା ଚିଠିର କିଛି ଅଂଶ ସେଠାରୁ ଜବତ କରିଛି କ୍ରାଇମବ୍ରାଞ୍ଚ। ଚିରି ଯାଇଥିବା ଖଣ୍ଡ ଖଣ୍ଡ କାଗଜକୁ ଯୋଡ଼ି ସାଇଣ୍ଟିଫିକ ପରୀକ୍ଷାଗାରରେ ସଠିକ ତଥ୍ୟ ବାହାରିବ ବୋଲି କୁହାଯାଇଛି।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023