suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମନ୍ତ୍ରୀ ନବଦାସ ହତ୍ୟା ଘଟଣା, ଜେଏମ୍‌ଏଫସି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଲା କ୍ରାଇମବ୍ରାଞ୍ଚ୍

26/05/2023 at 12:07 PM

ଝାରସୁଗୁଡା ୨୬/୦୫: ଆଜି ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କ ହତ୍ୟାକାଣ୍ଡ ଘଟଣାରେ jmfcକୋର୍ଟରେ ଚାର୍ଜସିଟ୍ ଦାଖଲ କରିଲା କ୍ରାଇମବ୍ରାଞ୍ଚ୍ । କ୍ରାଇମବ୍ରାଞ୍ଚ ପକ୍ଷରୁ ହତ୍ୟାକାଣ୍ଡର ତଦନ୍ତକାରୀ ଅଧିକାରୀ dsp ରମେଶ ଦୋରାଙ୍କ ନେତୃତ୍ବରେ ଦୁଇ ଜଣ ଅଧିକାରୀ ଗୁରୁବାର ବିଳମ୍ବିତ ରାତିରେ ଝାରସୁଗୁଡ଼ା ପହଂଚିଥିଲେ । ଆଜି ଦୁଇ ଅଧିକାରୀ jmfc କୋର୍ଟରେ ପହଞ୍ଚି କୋର୍ଟ csi ଅଫିସରେ ୫୪୩ ପୃଷ୍ଠାର ଅଭିଯୋଗ ପତ୍ର ଦାଖଲ କରିଛନ୍ତି । କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସହ ଝାରସୁଗୁଡା sdpo ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ ।

ସୂଚନା ଥାଉକି, ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଗଲାବେଳେ ନବଙ୍କ ଉପରକୁ ଗୁଳି ଚାଳନା କରିଥିଲେ ପୋଲିସ asi ଗୋପାଳ ଦାସ । ନବଦାସଙ୍କ ମୃତ୍ୟୁ ପରେ ଏହି ଘଟଣାର ତଦନ୍ତ ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ ରାଜ୍ୟ ସରକାର । ଆସନ୍ତା ୨୯ ତାରିଖରେ ନବଦାସ ମୃତ୍ୟୁକୁ ୧୨୦ ଦିନ ପୁରିବ।

   Related Posts