ଗୋଲଡେନ୍ ବାବାକୁ ଦିନିକିଆ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ

Published By : Prameya-News7 Bureau | January 12, 2019 IST

ଭୁବନେଶ୍ବର ୧୨|୧: ଗୋଲଡେନ୍ ବାବାକୁ ଦିନିକିଆ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଦୁଇ ଦିନ ରିମାଣ୍ଡ ପାଇଁ ଏସଡିଜେଏମ୍ କୋର୍ଟରେ ଆବେଦନ କରିଥିଲେ ମଧ୍ୟ କୋର୍ଟ ଗୋଟିଏ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ରିମାଣ୍ଡ ଅବଧି ସମୟରେ ଗୋଲଡେନ୍ ବାବାଙ୍କ ଆର୍ଥିକ କାରବାରର ଗୁମର ଖୋଲିବ କ୍ରାଇମବ୍ରାଞ୍ଚ । ଗୋଲଡେନ୍ ବାବାଙ୍କର ରାଜନୈତିକ ନେତାଙ୍କ ସହ ଲିଙ୍କ୍ ଥିବା ଅଭିଯୋଗ ଉଠୁଛି । ଏନେଇ ମଧ୍ୟ ଛାନଭିନ୍ ହେବ ।

ଧିରେ ଧିରେ ଖୋଲୁଛି ଗୋଲଡେନ୍‌ ବାବାର ଗୁମର । କ୍ରାଇମବ୍ରାଂଚ ହାତରେ ଲାଗିଛି ଅନେକ ତଥ୍ୟ । ଠାବ ହୋଇଥିଲା ଜ୍ୟୋତି ରଂଜନ ବେଉରା ଘର ଭିତରେ ଥିବା ସିକ୍ରେଟ୍‌ ଚାମ୍ବର ।  ଘର ବାହାରେ ଲାଗିଥିବା ବାୟୋମେଟ୍ରିକ୍‌ ମେସିନ୍‌ର ହାର୍ଡଡିସ୍କକୁ ମଧ୍ୟ ଜବତ କରିଛି କ୍ରାଇମବ୍ରାଂଚ । ଅଧିକ ପଚରା ଉଚରା ପାଇଁ ଗୋଲଡେନ୍‌ ଜ୍ୟୋତିକୁ ୫ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ତେବେ ବାବାର ଏହି ସକ୍ରେଟ୍‌ ରୁମ୍‌ ଭିତରେ କ’ଣ ସବୁ ରହିଛି ତାର ଗୁମର ଖୋଲିବାକୁ ଚେଷ୍ଟା କରୁଛି ତଦନ୍ତକାରୀ ଟିମ୍‌ । ଏଥିସହ ବାବାର ଘରକୁ କେଉଁମାନେ ସବୁ ନିୟମିତ ଭାବେ ଯିବା ଆସିବା କରୁଥିଲେ ତା’ର ମଧ୍ୟ ରେକର୍ଡ଼ ଯାଂଚ କରୁଛି । ଏଥି ସହ ବାବାର କଳା କାରବାରର ଫାଇଲ ମେଣ୍ଟେନ୍‌ କରୁଥିବା ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଖୋଜୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.