ବାଲେଶ୍ବର ୨୦।୭: ବାଲେଶ୍ବର ଫକୀରମୋହନ କଲେଜ ପରିସରରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ଛାତ୍ରୀ ଆତ୍ମାହୁତିସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି କ୍ରାଇମବ୍ରାଞ୍ଚ ଡିଜି । ତାଙ୍କ ସହିତ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଦୁଇ ଅଧିକାରିଣୀ ଥିବାବେଳେ ଡିଜି ତଦନ୍ତ ରିପୋର୍ଟ ଯାଞ୍ଚ କରୁଛନ୍ତି । ପ୍ରିନ୍ସିପାଲ ଚ୍ୟାମ୍ବରକୁ ଯାଇ ଗୁରୁତ୍ୱପୂର୍ଣ୍ଣ ବିଷୟରେ ମଧ୍ୟ ଆଲୋଚନା କରୁଛନ୍ତି ।
ସୂଚନାଯୋଗ୍ୟ ଯେ, ବାଲେଶ୍ବର ଫକୀରମୋହନ କଲେଜରେ ୩ଟି ତଦନ୍ତକାରୀ ଟିମ୍ ମାରାଥନ ଜେରା କରିଛି । ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍, ଉଚ୍ଚ ଶିକ୍ଷା ବିଭାଗର ତିନି ଜଣିଆ ଟିମ୍ ସହିତ ଦିଲ୍ଲୀରୁ ୟୁଜିସିର ଚାରି ଜଣିଆ ଟିମ୍ କଲେଜ ପରିସରରେ ତଦନ୍ତ କରୁଛନ୍ତି । ଏଥିରେ ୧୨ ଜଣ ପୂର୍ବତନ ଛାତ୍ର, ୮ ଜଣ ଛାତ୍ରଛାତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିଛନ୍ତି ଏହିସବୁ ତଦନ୍ତକାରୀ ଟିମ୍ । ସମସ୍ତଙ୍କୁ ଜଣକ ପରେ ଜଣେ ମାରାଥନ୍ ଜେରା କରାଯାଇଛି । ସେହିଭଳି କଲେଜ ଇଣ୍ଟରନାଲ୍ କମିଟି ବା ଆଇସିସି ଟିମ୍ର ସଦସ୍ୟଙ୍କୁ ଡକାଇ ସେମାନଙ୍କୁ ପଚରଉଚରା କରାଯିବା ସହ ସେମାନେ ଦେଇଥିବା ରିପୋର୍ଟକୁ ଯାଞ୍ଚ କରାଯାଇଛି । କ୍ରାଇମବ୍ରାଞ୍ଚ ଟିମ୍ ପେଟ୍ରୋଲ ଟାଙ୍କିକୁ ଯାଇ ସିସିଟିଭି ଯାଞ୍ଚକରି କିଏ ପେଟ୍ରୋଲ ଆଣିଥିଲା ଏନେଇ ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି । କିଭଳି ଓ କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କଲେ ତାର ଖୋଳତାଡ ଜାରି ରଖିଛି ଏହି ୩ଟି ତଦନ୍ତକାରୀ ଟିମ୍ ।
You Can Read: