FM ଛାତ୍ରୀ ଆତ୍ମାହୁତି ଘଟଣା : ପୂର୍ବରୁ ଯେଉଁମାନେ ଯାହା ମତ ଦେଇଥିଲେ, ଏବେ ତାହା ବଦଳୁଛି

Published By : Prameya-News7 Bureau | July 20, 2025 IST

ବାଲେଶ୍ବର ୨୦।୭: ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ରବିବାର ଆତ୍ମାହୁତି ସ୍ଥଳରେ ତଦନ୍ତ କରିଥିଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ତାଙ୍କ ସହିତ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଦୁଇ ଅଧିକାରିଣୀ ଥିବାବେଳେ ଡିଜି ତଦନ୍ତ ରିପୋର୍ଟ ଯାଞ୍ଚ କରିଥିଲେ । ପ୍ରିନ୍ସିପାଲ ଚ୍ୟାମ୍ବରକୁ ଯାଇ ଗୁରୁତ୍ୱପୂର୍ଣ୍ଣ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।

ତଦନ୍ତ ପରେ ସାମ୍ବାଦିକ ସମ୍ମିଳନୀରେ ବଡ଼ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।  ସମସ୍ତେ ଜାଣନ୍ତି କେଉଁ ପରିସ୍ଥିତିରେ ତାଙ୍କର ଦେହାନ୍ତ ହେଲା । ଆମେ ସବୁ ପ୍ରମାଣ ଯୋଗାଡ କରୁଛୁ । ଅଭିଯୋଗ ପରେ କଲେଜ କର୍ତ୍ତୃପକ୍ଷ ଆକ୍ସନ ନେଇଥିଲେ । ସମସ୍ତଙ୍କ ବୟାନ ନିଆଯାଉଛି । ଝିଅ ନିଶ୍ଚୟ ନ୍ୟାୟ ପାଇବ । ବହୁତ ପ୍ରମାଣ ଯୋଗାଡ଼ କରିଛୁ, ଏବେ ବି ତଦନ୍ତ ଜାରି ରହିଛି । ତଦନ୍ତରେ ବହୁ ଲିଡ୍‌ ମିଳି ସାରିଛି । ପୂର୍ବରୁ ଯେଉଁମାନେ ଯାହା ମତ ଦେଇଥିଲେ, ଏବେ ତାହା ବଦଳୁଛି । ଜବତ ସିସିଟିଭି ଷ୍ଟେଟ୍‌ ଫୋରେନସିକ୍‌ ଲ୍ୟାବ୍‌କୁ ପଠାଯିବ । ପ୍ରତ୍ୟକ୍ଷଦର୍ଶୀ ଓ କମିଟି ସଦସ୍ୟଙ୍କୁ ପଚରାଉଚରା ଜାରି ରହିଛି । ଡିଜିଟାଲ୍‌ ପ୍ରମାଣକୁ ନେଇ ନିଶ୍ଚିତ ସିଦ୍ଧାନ୍ତରେ ପହଞ୍ଚିବୁ । 

ଘଟଣା ପୂର୍ବରୁ ମୃତ ଛାତ୍ରୀ ପୋଲିସକୁ ଜଣାଇଥିଲେ କି ପ୍ରଶ୍ନରେ ମତ ରଖିଲେ କ୍ରାଇମବ୍ରାଞ୍ଚ ଡିଜି । ଛାତ୍ରୀ ଜଣଙ୍କ ଏନେଇ ପୋଲିସକୁ ଜଣାଇ ନ ଥିଲେ ବୋଲି କହିଛନ୍ତି ।

You Can Read:

ପୀଡ଼ିତା ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ଏହା ହିଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.