ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ମଡେଲ୍ ଚଳାଉଥିଲେ ସେକ୍ସ ରାକେଟ୍, ଟିଭି ଅଭିନେତ୍ରୀଙ୍କୁ ରାତିକ ପାଇଁ ୪ ଲକ୍ଷ ଟଙ୍କା : ମୁମ୍ବାଇ ହୋଟେଲ୍‌ରୁ ଧରା ପଡିଗଲେ

21/08/2021 at 5:41 PM

ମୁମ୍ବାଇ ୨୧/୦୮ : ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଶୁକ୍ରବାର ଦିନ ଏକ ଫାଇଭ୍ ଷ୍ଟାର୍ ହୋଟେଲ ଉପରେ ଚଢାଉ କରି ସେକ୍ସ ରାକେର୍ଟର ପର୍ଦ୍ଦାଫାର୍ସ କରିଛି । ଜଣେ ଟିଭି ଅଭିନେତ୍ରୀ ଏବଂ ଜଣେ ମଡେଲଙ୍କୁ ସେଠାରୁ ଉଦ୍ଧାର କରାଯିବା ସହ ଇଶା ଖାନ ନାମକ ଜଣେ ୩୨ ବର୍ଷିୟା ମଡେଲଙ୍କୁ ମଧ୍ୟ ଗିରଫ କରାଯାଇଛି, ଯିଏକି ଏହି ସେକ୍ସ ରାକେଟ୍ ଚଳାଉଥିଲେ। ମୁମ୍ବାଇ କ୍ରାଇମ ବ୍ରାଞ୍ଚକୁ ଜୁହୁର ଏକ ଫାଇଭ୍ ଷ୍ଟାର ହୋଟେଲରେ ହାଇ-ପ୍ରୋଫାଇଲ୍ ସେକ୍ସ ରାକେଟ୍ ଚାଲୁଥିବା ବିଷୟରେ ସୂଚନା ମିଳିଥିଲା, ଏହା ପରେ ସେ ସେଠାରେ ଚଢାଉ କରିଥିଲା।

ସୂଚନା ଅନୁଯାୟୀ, ଏହି ମଡେଲ ଜଣଙ୍କ ଟିଭି ଅଭିନେତ୍ରୀ ଏବଂ ମଡେଲମାନଙ୍କୁ ତାଙ୍କ ରାକେର୍ଟରେ ଅନ୍ତର୍ଭୁକ୍ତ କରିଥିଲେ। ଏହି ଅଭିନେତ୍ରୀ ଏବଂ ମଡେଲଙ୍କ ପାଇଁ ୪ ଲକ୍ଷ ଟଙ୍କା ଚାର୍ଜ କରୁଥିଲେ ।

କ୍ରାଇମ ବ୍ରାଞ୍ଚ ଟିମ୍ ଗ୍ରାହକ ହୋଇ ଏହି ବ୍ୟବସାୟକୁ ପର୍ଦ୍ଦାଫାର୍ସ କରିଛି । କ୍ରାଇମ ବ୍ରାଞ୍ଚ ଟିମ୍ କହିଥିଲେ ଯେ ମୋର ବନ୍ଧୁ ଏବଂ ମୁଁ ଟପ୍ ମଡେଲ୍ ଚାହୁଁ, ଇଶା ଖାନ୍ ଅନେକ ଝିଅଙ୍କ ଫଟୋ ପଠାଉଥିଲେ । କ୍ରାଇମ ବ୍ରାଞ୍ଚ ଟିମ୍ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଫଟୋ ଚୟନ କରିଥିଲେ। ସେଥିମଧ୍ୟରୁ ଜଣେ ଟପ୍ ମଡେଲ୍ ଯିଏ ଅନେକ ବିଜ୍ଞାପନରେ କାମ କରିଛନ୍ତି ଏବଂ ଅନ୍ୟ ଜଣେ ଅନେକ ଟିଭି ସିରିଏଲରେ କାମ କରିଛନ୍ତି ।

ଏହା ପରେ ଜୁହୁର ଏକ ଫାଇଭ୍ ଷ୍ଟାର୍ ହୋଟେଲ ବୁକ୍ କରାଯାଇଥିଲା ଏବଂ ଇଶା ଖାନ ଶୁକ୍ରବାର ରାତିରେ ମଡେଲ ଏବଂ ଅଭିନେତ୍ରୀଙ୍କ ସହ ସେହି ହୋଟେଲ ବାହାରେ ପହଞ୍ଚିବା ମାତ୍ରେ କ୍ରାଇମ ବ୍ରାଞ୍ଚ ଟିମ୍ ତାଙ୍କୁ ସେମାନଙ୍କ ହେପାଜତରେ ନେଇଥିଲା। ଏହି ଚଢାଉରେ ଉଦ୍ଧାର ହୋଇଥିବା ମଡେଲ ଏବଂ ଅଭିନେତ୍ରୀ ଏକ ପ୍ରମୁଖ ମନୋରଞ୍ଜନ ଚ୍ୟାନେଲ ସହ କାମ କରିଛନ୍ତି ବୋଲି ଜଣା ପଡିଛି ।

   Related Posts