scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗୋଆ ଆପ୍ ମୁଖ୍ୟଙ୍କୁ ଗିରଫ କଲା କ୍ରାଇମ ବ୍ରାଞ୍ଚ୍‌, କହିଲେ- ଏହା କେବଳ ହୀନ ରାଜନୀତି

31/08/2023 at 5:18 PM

aap

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟୀର ଗୋଆ ମୁଖ୍ୟ ଅମିତ ପାଲେକରଙ୍କୁ ରାଜ୍ୟର କ୍ରାଇମ ବ୍ରାଞ୍ଚ ଗିରଫ କରିଛି। ତାଙ୍କୁ, ତିନି ଜଣକ ଉପରେ ଗାଡ଼ି ଚଢ଼ାଇ ଦେବାର ଏକ ମାମଲାରେ ଗିରଫ କରାଯାଇଛି । ସେପେଟ ଏହି ଘଟଣାରେ ତାଙ୍କର କୌଣସି ସଂପୃକ୍ତି ନାହିଁ ଏବଂ ଏହା କେବଳ ହୀନ ମାନସିକତା ବୋଲି କହିଛନ୍ତି ପାଲେକର। ପ୍ରକୃତରେ ତାଙ୍କ ଉପରେ ଅଭିଯୋଗ ହୋଇଛି ସେ ଏହି ମାମଲାରେ ପ୍ରମାଣ ନଷ୍ଟ କରିଦେଇଛନ୍ତି। ଏହି ଘଟଣାରେ ଏକ ମର୍ସିଡିଜ୍‌ କାର୍‌ ତିନି ଜଣକ ଉପରେ ଚଢ଼ିଯାଇଥିଲା।

ସୂଚନା ଅନୁଯାୟୀ, ଗୋଆ ପୋଲିସ୍‌ ଏହି ମାମଲାରେ ପରେଶ ଓରଫ ଶ୍ରୀପଦ ନାମଙ୍କ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ଅଭିଯୋଗ ହୋଇଥିଲା ଯେ, ଶ୍ରୀପଦ ମର୍ସିଡିଜ୍‌ରେ ତିନି ଗାଡ଼ିକୁ ଦ୍ରୁତ ବେଗରେ ଧକ୍କା ଦେଇଥିଲା, ଯେଉଁଥିରେ ତିନି ଜଣକ ମୃତ୍ୟୁ ହୋଇଥିଲା। ଆଉ ତିନି ଜଣ ଗୁରୁତର ଆହତ ମଧ୍ୟ ହୋଇଥିଲେ। ପୋଲିସ୍‌ ଅନୁଯାୟୀ, ପରେଶ ଯେତେବେଳେ କାର୍‌ରେ ଦୁର୍ଘଟଣା କରିଥିଲା ସେତେବେଳେ ସେ ମଦ ନିଶାରେ ଥିଲା। ଘଟଣା ସମୟରେ ସେ ନିଜର ଜଣେ ବନ୍ଧୁଙ୍କ ସହ ଥିଲା।

ଆହୁରି ପଢ଼ନ୍ତୁ: କେଜରିୱାଲଙ୍କୁ ପ୍ରଧାନମନ୍ତ୍ରୀ କରାଇବାକୁ ଦାବି ନେଇ ସ୍ପଷ୍ଟୀକରଣ ଦେଲା ଆପ୍, ମନ୍ତ୍ରୀ କହିଲେ- ପିଏମ୍‌ ରେସ୍‌ରେ ନାହାନ୍ତି ଦିଲ୍ଲୀ ସିଏମ୍

ତେବେ ଅଗଷ୍ଟରେ ହୋଇଥିବା ଏହି ଘଟଣାରେ ପ୍ରମାଣ ନଷ୍ଟ କରିବାକୁ ନେଇ କ୍ରାଇମବ୍ରାଞ୍ଚ ଅମିତ ପାଲେକରଙ୍କୁ ଗିରଫ କରିଛି। ଅମିତ ପାଲେକରଙ୍କ ଉପରେ କ୍ରାଇମ ବ୍ରାଞ୍ଚ ଆଇପିସି ସେକ୍ସନ ୨୦୧ ଅନୁଯାୟୀ ମାମଲା ରୁଜୁ କରିଛି। କ୍ରାଇମ ବ୍ରାଞ୍ଚ ଅଧିକାରୀ କହିଛନ୍ତି ‘‘ପାଲେକର ଜଣେ ବ୍ୟକ୍ତିଙ୍କୁ ସାଙ୍ଗରେ ନେଇ ଥାନାକୁ ଆସିଥିଲେ ଏବଂ ତାଙ୍କୁ କାର୍‌ ଡ୍ରାଇଭର ବୋଲି କହିଥିଲେ। ଏମିତି ସେ ଏଥିପାଇଁ କହିଥିଲେ ଯେମିତି କାର୍‌ ଚଳାଉଥିବା ପ୍ରକୃତ ବାସ୍ତବିକ୍‌ ଡ୍ରାଇଭରଙ୍କ ପ୍ରକୃତ ପରିଚୟ ଲୁଚାଯାଇପାରିବ।’’ ତେବେ ଆପ୍ ନେତା ନିଜ ଉପରେ ଲଗାଯାଇଥିବା ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ‘‘ମତେ ଗିରଫ ହୀନ ରାଜନୀତି। ମୋର ଏହି ମାମଲାରେ କୌଣସି ସମ୍ପର୍କ ନାହିଁ। ଏହା କେବଳ ମୋର ଛବି ଖରାପ କରିବାକୁ କରାଯାଉଛି।’’

   Related Posts