ସଫଳତାପୂର୍ବକ ଲଞ୍ଚ ହେଲା ଚନ୍ଦ୍ରଯାନ-୩, ସିନେମାଠୁ ଆରମ୍ଭ କରି କ୍ରୀଡ଼ା ଜଗତ ସବୁଠୁ ଛୁଟୁଛି ଶୁଭେଚ୍ଛା
14/07/2023 at 9:35 PM

ନୂଆଦିଲ୍ଲୀ, ୧୭/୦୭: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ରଚିଛି ନୂଆ ଇତିହାସ। ଶୁକ୍ରବାର ଚନ୍ଦ୍ର ପୃଷ୍ଠକୁ ସଫଳତାର ସହ ଉତକ୍ଷେପଣ ହୋଇଛି ଚନ୍ଦ୍ରଯାନ-୩। ଶୁକ୍ରବାର ଶ୍ରୀହରିକୋଟା ଶତୀଶ ଧଓ୍ବନ ସ୍ପେଶ ସେଣ୍ଟରରୁ ଉତ୍କ୍ଷେପଣ ହୋଇଥିବା ଚନ୍ଦ୍ରଯାନ-୩ ହେଉଛି ଭାରତର ତୃତୀୟ ମୁନ୍ ମିଶନ। ମାତ୍ର ୧୬ ମିନିଟ୍ରେ ଏହା କକ୍ଷପଥରେ ସ୍ଥାପିତ ମଧ୍ୟ ହୋଇଥିଲା। ତେବେ ଚନ୍ଦ୍ରଯାନ-୩ର ସଫଳ ଉତ୍କ୍ଷେପଣ ଭାରତ ପାଇଁ ଆଣିଛି ଗୌରବ। ଏଥିପାଇଁ ଏବେ ଇସ୍ରୋକୁ ଚାରିଆଡ଼ୁ ଛୁଟିଛି ପ୍ରଂଶସା ଏବଂ ଶୁଭେଚ୍ଛାର ସୁଅ। ସୂଚନାଥାଉକି ଏହା ଚନ୍ଦ୍ରଯା-୨ର ଫଲୋଅପ୍ ମିଶନ।
ସିନେ ତାରକା ଦେଲେ ଶୁଭେଚ୍ଛା:
ଚନ୍ଦ୍ରଯାନ-୩ର ସଫଳ ଲଞ୍ଚକୁ ନେଇ ବଲିଉଡ ଅଭିନେତା ଅକ୍ଷୟ କୁମାର ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ସେ ପୋଷ୍ଟ କରି ଲେଖିଛନ୍ତି ‘‘ଏବେ ଆଗକୁ ବଢ଼ିବାର ସମୟ ଆସିଯାଇଛି… ଆମର ବୈଜ୍ଞାନିକଙ୍କୁ ଶୁଭେଚ୍ଛା… କୋଟି କୋଟି ହୃଦୟ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି।’’ ସୂଚନାଥାଉକି ଅକ୍ଷୟ କୁମାର ‘ମିଶନ ମଙ୍ଗଲ’ ଫିଲ୍ମରେ ଅଭିନୟ କରିଥିଲେ।
And the time has come to rise! Great luck to all our scientists at @isro for #Chandrayaan3. A billion hearts are praying for you. 🙏 https://t.co/Lbcp1ayRwQ
— Akshay Kumar (@akshaykumar) July 14, 2023
ଭେଟେରାନ ଅଭିନେତା ଅନୁପମ ଖେର୍ ମଧ୍ୟ ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି। ସେ ପୋଷ୍ଟ କରି ଲେଖିଛନ୍ତି ‘ଝଣ୍ଡା ଉଁଚ୍ଚା ରହେ ହମାରା’।
India all set for its 3rd mission on the moon. Wishing our scientists at #ISRO all the very best for the launch of #Chandrayaan3 . झंडा ऊँचा रहे हमारा. जय हिन्द! 🇮🇳 @isro #Chandrayaan3 #IndiaontheMoon #ProudIndian #WorldwatchingIndia #SurgingIndia pic.twitter.com/AHSi8wZj2T
— Anupam Kher (@AnupamPKher) July 14, 2023
ସେହିଭଳି ସାଉଥ ସୁପରଷ୍ଟାର ମହେଶ ବାବୁ ଶୁଭେଚ୍ଛା ଜଣାଇବା ସହ, ଇସ୍ରୋର ପୁରା ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ କହିଛନ୍ତି ‘‘ଆପଣମାନଙ୍କ ଆମେ ଗର୍ବିତ।’’
Onward to greater horizons! Thrilled to witness another momentous launch! Congratulations & all the best to the brilliant team at ISRO for the launch of #Chandrayaan3 today! Proud of you all! 👍👍
— Mahesh Babu (@urstrulyMahesh) July 14, 2023
ସେହିଭଳି ସାଉଥ ଫିଲ୍ମ ନିର୍ଦ୍ଦେଶକ ଏସଏସ ରାଜାମୌଲୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସେ ଏହାକୁ ଦେଶ ପାଇଁ ଏକ ଗର୍ବର ସମୟ ବୋଲି କହିଛନ୍ତି।
A proud moment for the entire nation!🇮🇳@ISRO‘s third lunar mission, #Chandrayaan3, is successfully launched… Kudos to the brilliant team behind the mission…👏🏻👏🏻
— rajamouli ss (@ssrajamouli) July 14, 2023
Hoping for a smooth and successful landing… pic.twitter.com/F9h7qBNE77
କ୍ରିକେଟର ମୁହଁରେ ପ୍ରଶଂସା:
ତେବେ ସିନେ ଜଗତ ନୁହେଁ ଅନେକ ବଡ଼ ବଡ଼ କ୍ରିକେଟର ମଧ୍ୟ ଜଣାଇଛନ୍ତି ଶୁଭେଚ୍ଛା। କ୍ରିକେଟର ସଚ୍ଚିନ ତେନ୍ଦୁଲକର ଲେଖିଛନ୍ତି, ‘ଇସ୍ରୋ ୧.୪ କୋଟି ଭାରତୀୟଙ୍କ ରକେଟରେ ସ୍ବପ୍ନ, ଗୌରବ, ଏବଂ ବିଶ୍ବାସକୁ ନେଇଯାଉଛି। ଆମର ସବୁ ବୈଜ୍ଞାନିକଙ୍କୁ ସେମାନଙ୍କ ପରିଶ୍ରମ ପାଇଁ ଶୁଭେଚ୍ଛା। ଏହା ସବୁ ଭାରତୀୟଙ୍କ ପାଇଁ ଏକ ସ୍ମରଣୀୟ ଦିନ। ଜୟ ହିନ୍ଦ୍।’’ ସେହିପରି ଯୁବରାଜ ସିଂହ, ଶିଖର ଧଓ୍ବନ, ସୁରେଶ ରାଇନା ମଧ୍ୟ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।
ISRO’s payloads carry the dreams, pride and belief of 1.4 billion Indians. Chandrayaan-3 launch swells all our hearts with pride. Congratulations to all our scientists for their untiring efforts. Memorable day for all Indians. Jai Hind! 🇮🇳🚀#Chandrayaan3 pic.twitter.com/VAwTWXAn9y
— Sachin Tendulkar (@sachin_rt) July 14, 2023
India continues to soar to even greater heights as we successfully launch Chandrayaan-3 🚀
— Yuvraj Singh (@YUVSTRONG12) July 14, 2023
My heartfelt congratulations to @isro and all the brilliant minds behind this great feat! 🙏🏻
Proud moment for every Indian 🇮🇳 #Chandrayaan3
India continues to soar to even greater heights as we successfully launch Chandrayaan-3 🚀
— Yuvraj Singh (@YUVSTRONG12) July 14, 2023
My heartfelt congratulations to @isro and all the brilliant minds behind this great feat! 🙏🏻
Proud moment for every Indian 🇮🇳 #Chandrayaan3