୨୦୧୨ରେ ବିବାହ କରିଥିବା କ୍ରିକେଟ ତାରକା ଶିଖର ଧାୱନଙ୍କ ଝିଅ ଏବେ ହୋଇଗଲେଣି ଯୁବତୀ, ଦେଖା ଯାଉଛନ୍ତି ଏମିତି
13/01/2019 at 4:07 PM

ନୂଆ ଦିଲ୍ଲୀ ୧୩|୧: ଶୀଖର ଧୱନ ଜଣେ ଭାରତୀୟ କ୍ରିକେଟର। ଶୀଖରଙ୍କୁ ଭାରତୀୟ କ୍ରିକେଟ ଟିମର ଓପନର କୁହାଯାଏ। ୧୯୮୫ ମସିହା ଡିସେମ୍ବର ୫ ତାରିଖ ଦିଲ୍ଲୀରେ ତାଙ୍କ ଜନ୍ମ ହୋଇଥିଲା। ସେ ବାମହାତି ଓପନିଂ ବ୍ୟାଟ୍ସମେନ ଭାବେ ବେଶ ସଫଳ ଓ ଚର୍ଚ୍ଚିତ। ୨୦୦୪ ମସିହା ନଭେମ୍ୱରରେ ସେ ଦିଲ୍ଲୀ ପାଇଁ ଖେଳି ନିଜ ପ୍ରଥମ ଶ୍ରେଣୀ କ୍ୟାରିଅର ଆରମ୍ଭ କରିଥିଲେ। ଏହା ପୂର୍ବରୁ ସେ ୧୭ ଓ ୧୯ ବର୍ଷରୁ କମ ଭାରତୀୟ ଟିମରେ ଖେଳିଥିଲେ। ୨୦୧୦ ମସିହା ଅକ୍ଟବର ମାସରେ ଧୱନ ପ୍ରଥମ ଆନ୍ତର୍ଜାତୀୟଏକଦିବସୀୟ (ODI) ଅଷ୍ଟ୍ରେଲିୟା ବିରୁଦ୍ଧରେ ବିଶାଖାପଟନମରେ ଖେଳିଥିଲେ।

ଶୀଖର ଧୱନଙ୍କ ଲଭ ଷ୍ଟୋରି କୌଣସି ବଲିଉଡ ଫିଲ୍ମ ଷ୍ଟୋରିଠୁ କମ ନୁହଁ। ଆୟଶାଙ୍କ ସହ ସେ ଫେସବୁକରେ ବନ୍ଧୁ ହୋଇଥିଲେ । ତାପରେ ହୋଇଥିଲା ପ୍ରେମ । କହିବାକୁ ଗଲେ ସୋସିଆଲ ମିଡିଆ ଜରିଆରେ ସେ ତାଙ୍କ ଜୀବନସାଥିଙ୍କୁ ଖୋଜି ପାଇଥିଲେ। ଆୟଶା ଜଣେ ଆଥଲେଟ ଥିଲେ । ସୂଚନାଯୋଗ୍ୟ ଯେ, ଆୟଶା ପୂର୍ବରୁ ବିବାହିତା । ତାଙ୍କର ଦୁଇଜଣ ଝିଅ ମଧ୍ୟ ଥିଲେ ।ଶିଖରଙ୍କଠାରୁ ଆୟଶା ୧୦ ବର୍ଷ ବଡ ମଧ୍ୟ ।

ତଥାପି ଶିଖର ତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଉଭୟଙ୍କ ବିବାହ ୨୦୧୨ ମସିହା ୩୦ ଅକ୍ଟବରରେ ହୋଇଥିଲା। ଆୟଶା ମୁଖର୍ଜି ସେଦିନ ଆୟଶା ଶୀଖର ଧୱନ ଭାବେ ପରିଚିତ ହୋଇଥିଲେ। ଆୟଶା ମେଲବର୍ଣ୍ଣରେ ରହୁଥିବା ବ୍ରିଟିଶ ବଂଗାଳି। ରିୟା ଓ ଆଲିୟା, ଆୟଶାଙ୍କ ପ୍ରଥମ ସ୍ୱାମୀଙ୍କର ଦୁଇ ଝିଅ । ଆଲିୟା ଧୱନ ଦେଖିବାକୁ ଖୁବ ସୁନ୍ଦର। ଆଲିୟାଙ୍କ ବୟସ ଏବେ ୧୪ ବର୍ଷ ।