ସିଙ୍ଗଲ ନାହାଁନ୍ତି ଭାରତର ଏହି ଷ୍ଟାର ବ୍ୟାଟର, ମିଷ୍ଟ୍ରି ଗାର୍ଲଙ୍କ ସହ ପାର୍ଟିରେ ଆସିଲେ ନଜର, ଭିଡିଓ ଭାଇରାଲ୍

Published By : Prameya-News7 Bureau | November 18, 2023 IST

ମୁମ୍ୱାଇ ୧୮/୧୧: ଟିମ୍ ଇଣ୍ଡିଆର ଦିୱାଲୀ ଉତ୍ସବ ଭିଡିଓକୁ ନେଇ ସବୁଠି ଚର୍ଚ୍ଚା । ତେବେ କିଛି ଭିଡିଓ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଆଉ ଭାଇରାଲ ହେଉଥବା ଭିଡିଓରେ ଥିଲେ ଷ୍ଟାର ବ୍ୟାଟର ଶ୍ରେୟସ ଆୟର । ତେବେ ଭିଡିଓରେ କେବଳ ଏକୁଟିଆ ନଥିର ଆୟର, ତାଙ୍କ ସହ ଥିଲେ ତାଙ୍କର ରହସ୍ୟମୟୀ ଗର୍ଲଫ୍ରେଣ୍ଡ ।

କେବଳ ତାଙ୍କ ସହ ନଜର ଆସିନଥିଲେ ବରଂ ଉଭୟ ଭାରତୀୟ ଦଳର ଦିୱାଲୀ ପାର୍ଟିରେ ବି ନଜର ଆସିଥିଲେ । ତେବେ ଖାଲି ଦିଓ୍ୱାଲୀ ପାର୍ଟି ନୁହେଁ ଅନେତ ସମୟରେ ଉଭୟ ଏକାଠି ନଜର ଆସିଥିଲେ । ସେବେଠାରୁ ଚର୍ଚ୍ଚା ହେଉଛି ଯେ, ଶ୍ରେୟସ୍ ଆଉ ସିଙ୍ଗଲ ହୋଇ ନାହାଁନ୍ତି । ଯେଉଁ ଝିଅ ସହ ଶ୍ରେୟସ୍ ସେୟାର କରୁଛନ୍ତି କ୍ୱାଲିଟି ଟାଇମ୍ ।

wp:html /wp:html

ସେ କିଏ ଆପଣ ଜାଣିଛନ୍ତି କି? ସେ ହେଉଛନ୍ତି ତ୍ରିଶା କୁଲକର୍ଣ୍ଣି । ଶ୍ରେୟସଙ୍କ ସହ ଜଡିତ ଲୋକମାନେ ସୋସିଆଲ ମିଡିଆ ଆକାଉଣ୍ଟ ସର୍ଚ୍ଚ କରିବା ପରେ ଏହି ସୂଚନା ମିଳିଥିଲା । ଶ୍ରେୟାସ ଏବଂ ତ୍ରିଶାଙ୍କ କିଛି ପୁରୁଣା ଫଟୋ ବି ସୋସିଆଲ ମିଡିଆରୁ ମିଳିଥିଲା । ଗୋଟିଏ ଚିତ୍ରରେ ଶାର୍ଦ୍ଦୁଲ ଠାକୁର ଏବଂ ତାଙ୍କ ପତ୍ନୀଙ୍କ ସହ ରାତ୍ରୀ ଭୋଜନ କରୁଥିବା ଦେଖିବାକୁ ମିଳିଛି ।

କହିବାକୁ ଗଲେ ତ୍ରିଶା ଲାଇମଲାଇଟ୍ ଠାରୁ ରୁହନ୍ତି ଦୂରରେ । ଇନଷ୍ଟାଗ୍ରାମରେ ତାଙ୍କର ପର୍ସନାଲ ଆକାଉଣ୍ଟ ଅଛି । ଏପରି ପରିସ୍ଥିତିରେ, ସେମାନଙ୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରାଯାଇନି । କିନ୍ତୁ ବିଶ୍ୱାସ କରାଯାଏ ଯେ ଏମାନେ ରିଲେସନ୍‌ରେ ଅଛନ୍ତି । ଶ୍ରେୟସ୍ ଆୟର କେବଳ ତ୍ରିଶାଙ୍କୁ ଫଲୋ କରନ୍ତି ନାହିଁ, ଆୟରଙ୍କ ଭଉଣୀ ଶ୍ରେଷ୍ଟା ବି ତାଙ୍କୁ ଫଲୋ କରନ୍ତି ।

ନିକଟରେ ତ୍ରିଶାଙ୍କୁ ଷ୍ଟାଡିୟମରେ ମଧ୍ୟ ଦେଖିବାକୁ ମିଳିଥିଲା । ଗୋଟିଏ ଚିତ୍ରରେ ସେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପତ୍ନୀ ରିତିକାଙ୍କ ସହ ବସିଥିବାର ନଜର ଆସିଛନ୍ତି। ଏବେ ଅପେକ୍ଷା କେବେ ଶ୍ରେୟସ୍-ତ୍ରିଶା ଏକାଠି ହେବେ ।

you can also read....

wp:embed {"url":"https://www.prameyanews7.com/astrology-predictions-about-the-world-cup/","type":"wp-embed","providerNameSlug":"prameya-news-7"}
https://www.prameyanews7.com/astrology-predictions-about-the-world-cup/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.