krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତୀୟ ଦ୍ରୁତ ବୋଲର ଶାମିଙ୍କ ଗାଁରେ ହେବ ମିନି ଷ୍ଟାଡିୟମ୍‌ ଓ ଜିମ୍‌ନାଜିୟମ୍‌; ଗାଁ ପରିଦର୍ଶନ କଲେ ଡିଏମ୍‌

18/11/2023 at 5:44 PM

Mohammed-Shami

ଲକ୍ଷ୍ନୌ: ବିଶ୍ୱକପ୍‌ରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ପ୍ରଦର୍ଶନ ଜବରଦସ୍ତ ରହିଛି। କେବଳ ଭାରତରେ ନୁହେଁ, ବିଦେଶରେ ବି ଶାମିଙ୍କ ନାଁ ଚର୍ଚ୍ଚାରେ ରହୁଛି। ବିଶ୍ୱକପ୍‌ ମ୍ୟାଚ୍‌ରେ ଶାମି ଗୋଟିଏ ଇନିଂସରେ କେବେ ୪ ଟି, କେବେ ୫ଟି ତ ଆଉ କେବେ ୭ ଟି ୱିକେଟ୍ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।

ଶାମିଙ୍କର ଏଭଳି ଜବରଦସ୍ତ ପ୍ରଦର୍ଶନରେ ତାଙ୍କ ଜନ୍ମ ସ୍ଥାନ ଉତ୍ତର ପ୍ରଦେଶର ଅମରୋହାରେ ଖୁସିର ମାହୋଲ ରହିଛି। ଅମରୋହା ଜିଲ୍ଲା ପ୍ରଶାସନ ଶାମିଙ୍କ ପୈତୃକ ଗାଁରେ ଏକ ମିନି ଷ୍ଟାଡିୟମ ଓ ଏକ ବ୍ୟାୟାମଶାଳା(ଜିମନାଜିଅମ) ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ କରୁଛି।

ଏଥିପାଇଁ ଅମରୋହ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଛି ବୋଲି ଅମରୋହା ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍‌ ରାଜେଶ ତ୍ୟାଗୀ କହିଛନ୍ତି। ସେଠାରେ ଯଥେଷ୍ଟ ଜମି ରହିଛି। ତେଣୁ ଆମେ ଏହାର ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛୁ ବୋଲି ତ୍ୟାଗୀ କହିଛନ୍ତି।

ୟୁପି ସରକାର ରାଜ୍ୟରେ ୨୦ଟି ଷ୍ଟାଡିୟମ ତିଆରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅମରୋହା ଷ୍ଟାଡିୟମ୍ ବି ଏଥିରେ ସାମିଲ୍ ହୋଇଛି ଡିଏମ୍ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ଶାମିଙ୍କ ଗାଁରେ ଷ୍ଟାଡିୟମ୍‌ ଓ ଜିମନାଜିୟମ ତିଆରି ପାଇଁ ଡିଏମ୍‌ଙ୍କ ନେତୃତ୍ୱରେ ଏକ ଟିମ୍ ଶାମିଙ୍କ ପୈତୃକ ଗାଁ ଶାହସପୁର ଅଲିନଗର ଗସ୍ତ କରି ଭୂମି ଚୟନ କରିଥିଲେ।

ଶାମିଙ୍କ ପ୍ରଦର୍ଶନ

ବିଶ୍ୱକପ୍‌ରେ ମହମ୍ମଦ ସାମି ମାତ୍ର ୬ଟି ମ୍ୟାଚ୍ ଖେଳିଥିବା ବେଳେ ସର୍ବାଧିକ ୨୩ଟି ୱିକେଟ୍ ନେଇଛନ୍ତି। ଚଳିତ ବିଶ୍ୱକପ୍‌ରେ ସେ ବିଳମ୍ବରେ ଖେଳି ମଧ୍ୟ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ତାଲିକାରେ ଅଛନ୍ତି। ଶାମି ବିଶ୍ୱକପ୍‌ରେ ଦୁଇଥର ୫ଲେଖାଏଁ ୱିକେଟ୍ ନେଇଥିବା ବେଳେ ଥରେ ୪ଟି, ଥରେ ୨ଟି ଓ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ସେ ସର୍ବାଧିକ ୭ଟି ୱିକେଟ୍ ହାସଲ କରିଛନ୍ତି।

ପଢ଼ନ୍ତୁ-ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍ ଦେଖିଯିବା ହେଲା ସହଜ; ଅହମଦାବାଦକୁ ଚାଲିବ ସ୍ପେଶାଲ୍ ଟ୍ରେନ୍  

ସୂଚନା ଥାଉକି ବିଶ୍ୱକପ୍‌ରେ ଭାରତ ମୋଟ ୧୦ ମ୍ୟାଚ୍ ଖେଳିଥିବା ବେଳେ ଶାମି ମାତ୍ର ୬ଟି ମ୍ୟାଚ୍ ଖେଳିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା କାରଣରୁ ସେ ବିଶ୍ୱକପ୍‌ରୁ ବାଦ ପଡ଼ିଥିଲେ। ପାଣ୍ଡ୍ୟାଙ୍କ ସ୍ଥାନରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ତାଙ୍କର ବିଶ୍ୱକପ୍ ଇନିଂସ ଆରମ୍ଭ କରିଥିଲେ।  

   Related Posts