suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆଥିୟାଙ୍କୁ ବୟଫ୍ରେଣ୍ଡ କେଏଲ୍ ରାହୁଲ ଗିଫ୍ଟ କଲେ ବେଷ୍ଟ ବାର୍ଥଡେ ଫଟୋ : କହିଲେ ମ୍ୟାଡ ଚାଇଲ୍ଡ

6/11/2020 at 3:55 PM

ମୁମ୍ବାଇ ୬/୧୧: ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିୟା ନଭେମ୍ବର ୫ତାରିଖରେ ନିଜର ୨୮ତମ ଜନ୍ମଦିନ ସେଲିବ୍ରେଟ୍ କରିଛନ୍ତି।ଏହାକୁ ଆହୁରି ଖାସ୍ ବନାଇଛନ୍ତି ତାଙ୍କ ବୟଫ୍ରେଣ୍ଡ କ୍ରିକେଟର କେଏଲ୍ ରାହୁଲ୍। ରାହୁଲ୍ ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ଯାହାର କ୍ୟାପସନରେ ସେ ଲେଖିଛନ୍ତି ଯେ ହ୍ୟାପି ବାର୍ଥଡେ ମ୍ୟାଡ ଚାଇଲ୍ଡ। ଫଟୋରେ ଆଥିୟା ରାହୁଲଙ୍କ କାନ୍ଧରେ ମୁଣ୍ଡ ରଖିଥିବା ନଜର ଆସିଛନ୍ତି। ଉଭୟଙ୍କ ଚେହେରା ଖୁବ୍ ରାଡିଏଣ୍ଟ ଦେଖାଯାଉଛି।

ଆଥିୟା ଏବଂ ରାହୁଲ ନିଜ ରିଲେସନଶିପକୁ ୨୦୧୯ମସିହାରେ ଆଥିୟାଙ୍କ ଜନ୍ମଦିନରେ ହିଁ ଅଫିସିଆଲି ଘୋଷଣା କରିଥିଲେ। ସେ ଆଥିୟାଙ୍କ ସହ ନିଜର ଏକ ଫଟୋ ସେୟାର କରି ତାଙ୍କୁ ଓ୍ବିଶ୍ କରିଥିଲେ। ସେହିପରି ଏବର୍ଷ ଆଥିୟା ମଧ୍ୟ ରାହୁଲଙ୍କ ଜନ୍ମଦିନରେ ସ୍ପେଶାଲ୍ ଇନଷ୍ଟାଗ୍ରାମ୍ ପୋଷ୍ଟ ଲେଖିଥିଲେ। ଯାହାର କ୍ୟାପସନରେ ସେ ଲେଖିଥିଲେ ହ୍ୟାପି ବାର୍ଥଡେ ମାଇ ପର୍ସନ୍।

ସୂଚନା ଅନୁଯାୟୀ ଆଥିୟା ଏବଂ ରାହୁଲଙ୍କ ସାକ୍ଷାତ ଏକ କମୋନ୍ ଫ୍ରେଣ୍ଡ ଜରିଆରେ ହୋଇଥିଲା। ଦୁହେଁ ଗତ ବର୍ଷ ଥାଇଲାଣ୍ଡକୁ ଛୁଟି କଟାଇବାକୁ ଯାଇଥିଲେ। ରାହୁଲ୍ ନିଜ ଥାଇଲାଣ୍ଡ ଭ୍ୟାକେସନର ଫଟୋ ମଧ୍ୟ ସେୟାର କରିଥିଲେ।

   Related Posts