oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

କ୍ରିକେଟର ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ବଡ ବୟାନ: ‘ଅଲରାଉଣ୍ଡର ଭାବେ ଖେଳିବାକୁ ପୁରାପୁରି ଫିଟ୍‌ ଅଛି, କିନ୍ତୁ ସମୟ କହିବ…’

25/01/2022 at 3:29 PM

ନୂଆଦିଲ୍ଲୀ ୨୫/୦୧: ଟିମ୍‌ ଇଣ୍ଡିଆର ଭେଟେରାନ୍‌ ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା ଦୀର୍ଘ ଦିନ ହେଲା ଦଳରୁ ବାଦ୍‌ ପଡିଛନ୍ତି । ଖୁବ କମ୍‌ ସମୟ ମଧ୍ୟରେ ନିଜ ଚମତ୍କାର ପ୍ରତିଭା ବଳରେ ଭାରତୀୟ ଦଳର ଜଣେ ନିର୍ଭରଯୋଗ୍ୟ ଅଲରାଉଣ୍ଡର ଭାବେ ଉଭା ହୋଇଥିଲେ ହାର୍ଦ୍ଧିକ । କିନ୍ତୁ ଆହତ ସମସ୍ୟା କାରଣରୁ ସେ ବାରମ୍ବାର ଦଳରୁ ବାଦ୍‌ ପଡିଛନ୍ତି । ଗତ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ପରଠାରୁ ସେ ଆହତ ସମସ୍ୟା ଦେଇ ଗତ କରୁଛନ୍ତି । ଏବେ ଆଗାମୀ ଆଇପିଏଲ ପାଇଁ ଅହମଦାବାଦ ଟିମ୍‌ ତାଙ୍କୁ ଅଧିନାୟକ ମଧ୍ୟ କରିଛି । କିନ୍ତୁ ସମସ୍ତଙ୍କୁ ପାଣ୍ଡ୍ୟାଙ୍କ ଫିଟ୍‌ନେସ୍‌କୁ ଅପେକ୍ଷା ।

ଅନ୍ୟପଟେ ଫିଟ୍‌ନେସ୍‌କୁ ନେଇ ମୁହଁ ଖୋଲିଛନ୍ତି ହାର୍ଦ୍ଧିକ ପାଣ୍ଡ୍ୟା । ସେ କହିଛନ୍ତି, ‘ଏବେ ସୁସ୍ଥ ଅନୁଭବ କରୁଛି । ଅଲରାଉଣ୍ଡର ଭାବେ ଖେଳିବାକୁ ପୁରାପୁରି ଭାବେ ପ୍ରସ୍ତୁତି ଅଛି ।’ ଟିମ୍‌ ଇଣ୍ଡିଆ ଆସନ୍ତା ମାସରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦିନିକିଆ ଏବଂ ଟି-ଟ୍ବେଣ୍ଟି ସିରିଜ୍‌ ଖେଳିବ । ତେଣୁ ଏହାରି ମଧ୍ୟରେ ଦେଖିବାକୁ ହେବ ଯେ, ପାଣ୍ଡ୍ୟାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳୁଛି କି ନାହିଁ ।

ପାଣ୍ଡ୍ୟା କହିଛନ୍ତି, ‘ଅଲରାଉଣ୍ଡର ଭାବେ ଖେଳିବାକୁ ପୁରାପୁରି ଭାବେ ପ୍ରସ୍ତୁତ ଅଛି । ଏଥିପାଇଁ ନିଜକୁ ଫିଟ୍ କରାଇଛି। କିନ୍ତୁ ସମୟ କହିବ ଆଗକୁ କଣ ହେବ।’ ଆଇପିଏଲ ସିଜିନ୍‌ ୨୦୨୧ରେ ପାଣ୍ଡ୍ୟା ଆଦୌ ବୋଲି କରିନଥିଲେ । କେବଳ ସେତିକି ନୁହେଁ ବ୍ୟାଟିଂରେ ମଧ୍ୟ ସେ କମାଲ କରିପାରିନଥିଲେ । ଯେଉଁଥି ପାଇଁକି ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୨୦୨୨ ପାଇଁ ରିଟେନ୍‌ କରି ନାହିଁ ।

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ପ୍ରଶଂସା କରି ପାଣ୍ଡ୍ୟା କହିଛନ୍ତି, ‘ମୁଁ ଧୋନୀଙ୍କ ଠାରୁ ଅନେକ କିଛି ଶିଖିଛି । ଦଳରେ ସାମିଲ ଥିବା ବେଳେ ସେ ମୋତେ ଅନେକ ସ୍ବାଧୀନତା ଦେଇଛନ୍ତି । ସବୁବେଳେ ସେ ମୋ ପଛରେ ଛିଡା ହୋଇ ମାର୍ଗଦର୍ଶକ ସାଜିଛନ୍ତି । ଜୀବନର ପ୍ରଥମ ମ୍ୟାଚ୍‌ର ପ୍ରଥମ ଓଭରରେ ମୁଁ ୨୪ ରନ ବ୍ୟୟ କରିଥିଲି । ପରେ ଭାବିଥିଲି ଏହା ମୋର ପ୍ରଥମ ଆଉ ଶେଷ ମ୍ୟାଚ୍‌ । କିନ୍ତୁ ପର ଓଭରରେ ପୁଣି ମୋତେ ବୋଲିଂ ପାଇଁ ସୁଯୋଗ ଦେଇଥିଲେ ମାହି । ଯାହା ଫଳରେ ସବୁକିଛି ବଦଳିଯାଇଥିଲା ଏବଂ ଗୋଟିଏ ପରେ ଗୋଟିଏ ସଫଳତା ପାଇଥିଲି ।’

୨୦୧୬ରେ କଙ୍ଗାରୁ ଟିମ୍‌ ବିପକ୍ଷରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ପାଣ୍ଡ୍ୟା । ପ୍ରଥମ ମ୍ୟାଚ୍‌ରେ ବ୍ୟାଟିଂ କରିବାକୁ ସୁଯୋଗ ପାଇନଥିଲେ ସୁଦ୍ଧା ୩ ଓଭର ବୋଲିଂକରି ୩୭ ରନଦେଇ ୨ଟି ଓ୍ବିକେଟ୍ ନେଇଥିଲେ । ସେହି ମ୍ୟାଚ୍‌କୁ ଭାରତ ୩୭ରନରେ ଜିତିଥିଲା ।

   Related Posts