ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ବିଜେପିରେ ସାମିଲ୍ ହେଉ ନାହାନ୍ତି ହରଭଜନ, କହିଲେ- ସବୁ ଚର୍ଚ୍ଚା ଗୁଜବ

12/12/2021 at 8:00 PM

ନୂଆଦିଲ୍ଲୀ ୧୨।୧୨: ନିଜ ଗୁଗଲି କେଡେ କେଡେ ବ୍ୟାଟସମ୍ୟାନଙ୍କୁ ଆଉଟ୍ କରିଥବା ଭାରତୀୟ ଦଳର ସ୍ପିନର ହରଭଜନ ସିଂହ ବିଜେପିରେ ସାମିଲ୍ ହେବା ଚର୍ଚ୍ଚାକୁ ସଂପୂର୍ଣ୍ଣ ଖାରଜ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଚାଲିଥିବା ଗୁଜବକୁ ମିଥ୍ୟା ବୋଲି କହିଛନ୍ତି ଭଜି। ଏହା ପୂର୍ବରୁ ୨୦୧୭ରେ ବିଧାନସଭା ନିର୍ବାଚନରେ ତାଙ୍କର କଂଗ୍ରେସରେ ସାମିଲ୍ ହେବା ନେଇ ଚର୍ଚ୍ଚା ହେଉଥିଲା।

ଜଳନ୍ଧର ନିବାସୀ ହରଭଜନ ସିଂହ ଶୀଘ୍ର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବାକୁ ଯାଉଛନ୍ତି। ଏମିତିରେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା ଯେ, ହରଭଜନ ସିଂହ ପଞ୍ଜାବ ନିର୍ବାଚନରେ ବିଜେପିର ଚେହେରା ହୋଇ ପାରନ୍ତି। ଏହା ପରେ କ୍ରିକେଟର ହରଭଜନ ସିଂହ  ନିଜେ ସାମ୍ନାକୁ ଆସି ଏହି ସବୁ ଗୁଜବ ଉପରେ ବିରାମ ଲଗାଇଛନ୍ତି।

ହରଭଜନ ସିଂହ କହିଛନ୍ତି, ବିଜେପିରେ ସାମିଲ୍ ହେବାର ଚର୍ଚ୍ଚା ସଂପୂର୍ଣ୍ଣ ଭୁଲ୍। ସେ କୌଣସି ରାଜନୀତି ଦଳରେ ଯୋଗ ଦେଉ ନାହାନ୍ତି। ବିଜେପି ସହିତ ହରଭଜନଙ୍କ ଚର୍ଚ୍ଚା ଏଥିପାଇଁ ହେଉଛି କାରଣ ପଞ୍ଜାବରେ ଏଥର ବିଜେପି ପୁରୁଣା ସହଯୋଗୀ ଶିରୋମଣି ଅକାଳି ଦଲ ବିନା ନିର୍ବାଚନ ଲଢିବାକୁ ଯାଉଛି। ବିଜେପି ରାଜ୍ୟରେ ଏକ ଶିଖ ଚେହେରାର ସନ୍ଧାନରେ ରହିଛି। ଦଳ ରାଜ୍ୟର ଅନେକ ବଡ ବଡ ଚେହେରା ସହ ଯୋଗାଯୋଗ ଚଳାଇଛି। ନିର୍ବାଚନ ପୂର୍ବରୁ କିଏ ଆସିବ ଏବଂ କିଏ ଯିବ ଏହା ଉପରେ ବର୍ତ୍ତମାନ କୌଣସି ସାର୍ବଜନୀନ ସୂଚନା ଦିଆଯାଇ ନାହିଁ।

   Related Posts