scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍

5/07/2022 at 8:19 AM

ନୂଆଦିଲ୍ଲୀ,୦୫/୦୭: ଭାରତ ଇଂଲଣ୍ଡ ବିପକ୍ଷ ଶେଷ ଟେଷ୍ଟରେ ୧୩୨ ରନରେ ଆଗୁଆ ଥାଇ ମଧ୍ୟ ଏବେ ପଛେଇ ଯାଇଛି । ଚତୁର୍ଥ ଦିନ ଖେଳ ସରିବା ସୁଦ୍ଧା ଇଂଲଣ୍ଡ ୩୭୮ ରନ ଲକ୍ଷ୍ୟର ପିଛା କରୁଥିବା ବେଳେ ୩ ଓ୍ୱିକେଟ୍ ହରାଇ ୨୫୯ ରନ୍ କରିଛି । ଦଳକୁ ଜିତିବା ପାଇଁ ଆଉ ମାତ୍ର ୧୧୯ ରନ୍ ଦରକାର । ଦଳ ପାଖରେ ଏବେବି ୭ ଓ୍ୱିକେଟ୍ ଅଛି । ତେବେ ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ଦ୍ୱିତୀୟ ପାଳିରେ ଭାରତର ବ୍ୟାଟରଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଭାରତ ପ୍ରଥମ ପାଳିରେ ୪୧୬ ରନ୍ କରିଥିବା ବେଳେ ଦ୍ୱିତୀୟ ପାଳିରେ ମାତ୍ର ୨୪୫ ରନ୍ କରିପାରିଥିଲା । ଇଂଲଣ୍ଡ ପ୍ରଥମ ପାଳିରେ ୨୮୨ ରନ୍ କରିଥିଲା । ତେବେ ଚଚୁର୍ଥ ଦିନରେ ଭାରତର ଦୟନୀୟ ବ୍ୟାଟିଂକୁ ନେଇ ବିକ୍ରମ କହିଛନ୍ତି ଯେ, ଖରାପ ବ୍ୟାଟିଂ ପାଇଁ ବିପକ୍ଷ ଦଳକୁ ପ୍ରତ୍ୟାବର୍ତ୍ତନର ସୁଯୋଗ ମିଳିଲା । ଯୋଜନା କାମ ଦେଲାନି । ଭାରତ ଶେଷ ୭ ଓ୍ୱିକେଟ୍ ମାତ୍ର ୯୨ ରନରେ ହରାଇ ଦେଇଥିଲା । ଭାରତ ଏକଦା ଖେଳରେ ଆଗୁଆ ଥିଲା । ଅନେକ ଖେଳାଳି ଭଲ ଆରମ୍ଭ କରିଥିଲେ ବି ବଡ ସ୍କୋର କରିପାରିନଥିଲେ ।

ସେ ଆହୁରି କହିଛନ୍ତି ଯେ, ଯଦି ଶେଷ ଦିନ ଭାରତକୁ ଦୁଇଟି ଓ୍ୱିକେଟ୍ ମିଳିଯାଏ ତେବେ ଖେଳ ରୋମାଞ୍ଚକର ହୋଇଯିବ । ଏବେବି ଇଂଲଣ୍ଡକୁ ୧୦୦ରୁ ଅଧିକ ରନ୍ ଦରକାର । ଶାମି ଓ ବୁମରାହ ଯେପରି ବୋଲିଂ କରୁଛନ୍ତି ସେମାନଙ୍କ ପାଖରେ ଓ୍ୱିକେଟ୍ ନେବାର ଦକ୍ଷତା ରହିଛି ।

ସଟ୍ ବଲ ପାଇଁ ଅଡୁଆ

ଶ୍ରେୟସ ଆୟର ବା ଶାର୍ଦ୍ଦୁଳ ଠାକୁର, ବୁମରାହ ଓ ଶାମି ସମସ୍ତେ ସଟ୍ ବଲରେ ଆଉଟ୍ ହୋଇଥିଲେ । ଏହାକୁ ନେଇ ବିକ୍ରିମ ରାଠୋର କହିଛନ୍ତି ଯେ. ଖେଳାଳିଙ୍କୁ ଆଉ ଭଲ ଖେଳ ଦେଖାଇବାର ଥିଲା । ସଟ୍ ବଲର କିପରି ମୁକାବିଲା କରାଯିବ ସେନେଇ ଖେଳାଳିମାନେ ଭାବିବା ଦରକାର ।  

   Related Posts