୧୯୮୩, ୨୦୧୧ରେ ଏତିକି ଥିଲା ଟିମ୍ ଇଣ୍ଡିଆର ଚାମ୍ପିଅନ ପ୍ରାଇଜ୍ ମନି ! ୨୦୨୩ରେ ବିଜେତା ଟିମ୍ ଉପରେ ଟଙ୍କା ବର୍ଷା

Published By : Prameya-News7 Bureau | November 18, 2023 IST

ନୂଆଦିଲ୍ଲୀ: କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ୧୯୮୩ରେ ଜିତିଥିଲା ପ୍ରଥମ ବିଶ୍ୱକପ । ସେହି ସମୟରେ ଖେଳାଳିଙ୍କୁ ଏକ ଲକ୍ଷ ଲେଖାଏଁ ପୁରସ୍କାର ଦେବା ପାଇଁ ଲତା ମାଙ୍ଗେସକରଙ୍କୁ କନସର୍ଟ କରିବାକୁ ପଡିଥିଲା । ୨୦୧୧ରେ ଧୋନୀଙ୍କ ନେତୃତ୍ୱରେ ବିଶ୍ୱକପ ଜିତିବା ଥିବା ଟିମ୍ ଉପରେ ଟଙ୍କା ବର୍ଷା ହୋଇଥିଲା । ୨୦୨୩ରେ ୱାର୍ଲଡ ଚାମ୍ପିୟନ ଟିମ୍ ଉପରେ ଆଇସିସି ପକ୍ଷରୁ ପୁରସ୍କାର ରାଶି ବାବଦକୁ ୩୩ କୋଟି ଟଙ୍କା ମିଳିବ । ଉପବିଜେତା ଟିମ୍ ମଧ୍ୟ ମାଲାମାଲ୍ ହେବ । ବିଜେତା ଟିମର ଅଧା ରାଶି ଉପବିଜେତା ଟିମକୁ ମିଳିବ ।

୧୯୮୩ ଟିମର ୱିକେଟ୍ କିପର ସୈୟଦ କିରମାନୀ ଏକ ସାକ୍ଷାତକାରରେ କହିଥିଲେ, 'ଆମକୁ ଦୈନିକ ଭତ୍ତା ରୂପେ ପ୍ରତିଦିନ ୫୦ ପାଉଣ୍ଡ ମିଳୁଥିଲା । ଏହି ରାଶିକୁ ଆମେ ମଧ୍ୟାହ୍ମ ଓ ରାତି ଖାଇବା ଏବଂ କପଡ଼ା ଧୋଇବା ପାଇଁ ଖର୍ଚ୍ଚ କରୁଥିଲୁ । ଟୁଟ୍ ପାଇଁ ଆମକୁ ବୋନସ ଭାବେ ୧୫,୦୦୦ ଟଙ୍କା ମିଳିଥିଲା । ଏହି ରାଶି ଟ୍ରଫି ଜିତିବା ପରେ ଭାରତକୁ ଫେରିବା ପରେ ଦିଆଯାଇଥିଲା ।

ପଢନ୍ତୁ: ଟିମ୍ ଇଣ୍ଡିଆ ପଛରେ ରାହୁଲ ଦ୍ରାବିଡ଼ଙ୍କ ବଡ଼ ଭୂମିକା ରହିଛି, ଆମେ ତାଙ୍କ ପାଇଁ ବିଶ୍ୱକପ ଜିତିବାକୁ ଚାହୁଁଛୁ: କ୍ୟାପ୍ଟେନ୍ ରୋହିତ ଶର୍ମା

୨୮ ବର୍ଷ ପରେ ଏମ୍‌ଏସ୍ ଧୋନୀଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୨୦୧୧ରେ ବିଶ୍ୱକପ ଜିତିଥିଲା । ସେହି ସମୟରେ ବିସିସିଆଇ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କରିଥିଲା । ୱାର୍ଲଡ କପ୍ ଟିମ୍‌ରେ ସାମିଲ୍ ସବୁ ଖେଳାଳିଙ୍କୁ ପୁରସ୍କାର ରୂପେ ୨ କୋଟି ଲେଖାଏ ଦିଆଯାଇଥିଲା । ଏହାଛଡ଼ା ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଖେଳାଳିଙ୍କୁ ପୁରସ୍କାର ଦେଇଥିଲେ ।  

୨୦୧୧ରେ ପ୍ରାଇଜ୍ ମନି ୮ ମିଲିୟନ ଆମେରିକୀୟ ଡଲାର (୬୬ କୋଟି) ଥିଲା । ସେତେବେଳେ ଟିମ୍ ଇଣ୍ଡିଆକୁ ଆଇଆଇସି ପକ୍ଷରୁ ୨୫ କୋଟି ଟଙ୍କା ମିଳିଥିଲା । ଉପବିଜେତା ଶ୍ରୀଲଙ୍କାକୁ ପ୍ରାୟ ସାଢେ ୧୨ କୋଟି ଟଙ୍କା ମିଳିଥିଲା । ବଳକା ରାଶି ଲିଗ୍ ମ୍ୟାଚ୍ ଓ ନକଆଉଟ୍ ମ୍ୟାଚ୍ ଜିତିଥିବା ଟିମକୁ ଦିଆଯାଇଥିଲା ।

୨୦୨୩ ବିଶ୍ୱକପ ଚାମ୍ପିୟନ ଟିମକୁ ୩୩.୧୭ କୋଟି ଟଙ୍କା ମିଳିବ । ସେହିପରି ଉପବିଜେତା ଟିମକୁ ଏହାର ଅଧା ରାଶି ମିଳିବ । ସେମିଫାଇନାଲରେ ପରାଜିତ ଟିମକୁ ୬.୬୩ କୋଟି ଲେଖାଏ ମିଳିବ । ୱାର୍ଲଡ କପ୍ ୨୦୨୩ରେ ଆଇସିସି ଦ୍ୱାରା ପ୍ରାୟ ୮୨.୯୫ କୋଟି ଟଙ୍କା ପ୍ରାଇଜ୍ ମନି ବଣ୍ଟାଯିବ ।

Also Read: ବିଶ୍ୱକପ୍‌ ଫାଇନାଲ୨୦୨୩; ବିସିସିଆଇର ସ୍ୱତନ୍ତ୍ର କାର୍ଯ୍ୟକ୍ରମ; ସମ୍ମାନିତ ହେବେ ବିଶ୍ୱକପ୍ ବିଜେତା କ୍ୟାପ୍ଟେନ୍‌, ଧୋନୀ ଓ କପିଲ ହେବେ ସାମିଲ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.