WTC ଫାଇନାଲ ପ୍ରସ୍ତୁତି; ଇଂଲଣ୍ଡରେ କୋହଲିଙ୍କ ଜୋରଦାର ପ୍ରସ୍ତୁତି, ସାମ୍ନାକୁ ଆସିଲା ଫଟୋ

Published By : Prameya-News7 Bureau | May 27, 2023 IST

ନୂଆଦିଲ୍ଲୀ: ଷ୍ଟାର ଖେଳାଳିଙ୍କ ଲକ୍ଷ୍ୟ ବିଶ୍ବ ଟେଷ୍ଟ ଚାମ୍ପିଅନ୍ ସିପ୍ ଫାଇନାଲ । WTC ଫାଇନାଲ ଟାଇଟଲ ବିଜୟ ପାଇଁ ଜୋରଦାର ପ୍ରୟାସ । ଆଇପିଏଲରୁ ଛୁଟି ମିଳିବା ପରେ ଟେଷ୍ଟ ଚାମ୍ପିଅନ୍ ସିପ୍ ଫାଇନାଲ ମ୍ୟାଚ୍ ପାଇଁ ଜୋରଦାର କସରତ ଆରମ୍ଭ କରିଦେଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ବିରାଟ କୋହଲି । ଇଂଲଣ୍ଡରେ ପହଞ୍ଚି ବିରାଟ ନେଟ୍ ପ୍ରକ୍ଟିସ୍ କରି ଝାଳ ଗଡ଼ାଉଛନ୍ତି ।  

ଆସନ୍ତା ଜୁନ ୭ତାରିଖରେ ଲକ୍ଷ୍ୟ ବିଶ୍ବ ଟେଷ୍ଟ ଚାମ୍ପିଅନ୍ ସିପ୍ ଫାଇନାଲ ଆରମ୍ଭ ହେବ । ଅଷ୍ଟ୍ରେଲିଆ ଓ ଟିମ୍ ଇଣ଼୍ଡିଆ ମଧ୍ୟରେ ଖେଳାଯିବ ଏହି ମ୍ୟାଚ୍ । କଙ୍ଗାରୁ ଦଳକୁ ମାତ୍ ଦେବାକୁ ପ୍ରଥମ ବ୍ୟାଚରେ ଇଂଲଣ୍ଡ ପହଞ୍ଚିଥିବା ଭାରତୀୟ ଖେଳାଳି ଅଭ୍ୟାସ ଆରମ୍ଭ କରିବା ସହିତ କୋଚ୍ ରାହୁଲ ଦ୍ରବିଡଙ୍କ ସହିତ ରଣନୀତି ପ୍ରସ୍ତୁତ କରୁଛନ୍ତି ।

wp:html /wp:html

ସେପଟେ ଜବରଦସ୍ତ ଫର୍ମରେ ଅଛନ୍ତି ବିରାଟ କୋହଲି । ଆଇପିଏଲରେ ବ୍ୟାକ୍ ଟୁ ବ୍ୟାକ୍ ଶତକ ମାରି ଅଷ୍ଟ୍ରେଲିଆ ଦଳ ଖୋଲା ଚେତାବନୀ ଦେଇଛନ୍ତି । ଆଇପିଏଲରେ ବିରାଟ ୬ଟି ଅର୍ଦ୍ଧଶତକ ଓ ୨ଟି ଶତକୀୟ ପାଳି ଖେଳିଥିଲେ । ତେବେ ବିରାଟ ଜୋରଦାର ଅଭ୍ୟାସରେ ଲାଗି ପଡ଼ିଛନ୍ତି । କୋହଲିଙ୍କ ନେଟ୍ ପ୍ରାକ୍ଟିସ ଫଟୋ ମଧ୍ୟ ଭାଉରାଲ ହୋଇଛି । ଅନ୍ୟପଟେ ବିରାଟ କୋହିଲ ଫର୍ମ କଙ୍ଗାର ଟିମର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ବର୍ଡର ଗାଭାସ୍କର ସିରିଜରେ ଅଷ୍ଟ୍ରେଲିଆ ସାମ୍ନାରେ ପ୍ରାଚୀର ପରି ଛିଡ଼ା ହୋଇଥିଲେ ବିରାଟ । ଟେଷ୍ଟ ମ୍ୟାଚରେ ୩୬୪ ବଲ ଖେଳି ୧୫ଟି ଚୌକା ସହିତ ୧୮୬ ରନ ବିଶାଳ ପାଳି ଖେଳିଥିଲେ । ତେଣୁ ତାଙ୍କୁ ପ୍ରଥମେ ଟର୍ଗେଟ୍ କରିବେ କଙ୍ଗାରୁ ବୋଲର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.