ସାହିଦ୍‌ ଆଫ୍ରିଦିଙ୍କ ଝିଅକୁ ବିବାହ କଲେ ଶାହିନ୍‌ ଆଫ୍ରିଦି, ଫଟୋରେ ନଜର ଆସିଲେ ବାବର ଆଜମ୍‌

Published By : Prameya-News7 Bureau | February 04, 2023 IST

ମୁମ୍ଵାଇ ୦୪।୦୨: କ୍ରିକେଟ୍ ଦୁନିଆରେ ବର୍ତ୍ତମାନ ବିବାହର ସିଜିନ୍‌ ଚାଲିଛି। ନିକଟରେ ଦୁଇ ପାକିସ୍ତାନୀ ଖେଳାଳିଙ୍କ ଘରେ ଶାହାନାଇ ବାଜିଥିଲା । ଏଥି ସହିତ ଭାରତରେ ଷ୍ଟାର କ୍ରିକେଟର କେ.ଏଲ୍ ରାହୁଲ ମଧ୍ୟ ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।  ଏବେ ପାକିସ୍ତାନର ସ୍ପିଡଷ୍ଟାର ଶାହିନ୍ ଆଫ୍ରିଦିଙ୍କ ଘରେ ବାଜିଛି ଶାହାନାଇ । ଫଟୋ ଏବଂ ନିକାର କିଛି ଭିଡିଓ ସାମ୍ନାକୁ ଆସିଛି। ତାଙ୍କ ସାଥୀମାନେ ଶାହିନଙ୍କୁ ବିବାହ ପାଇଁ ଅଭିନନ୍ଦନ କରୁଥିବା ନଜର ଆସିଛନ୍ତି।

wp:html /wp:html

ଶାହିନ୍ ଆଫ୍ରିଦି ପାକିସ୍ତାନର ପୂର୍ବତନ ଭେଟେରାନ ସାହିଦ ଆଫ୍ରିଦିଙ୍କ ଝିଅକୁ ବିବାହ କରିଛନ୍ତି। ଶାହିନ୍ ଏବଂ ଅଂଶା ଆଫ୍ରିଦିଙ୍କ ବିବାହରେ ବିଳମ୍ବ ହୋଇଥିଲା। ସାହିଦ ଆଫ୍ରିଦି ବିଶ୍ୱାସ କରୁଥିଲେ ଯେ ତାଙ୍କ ଝିଅ ପ୍ରଥମେ ପାଠ ପଢିବା ଶେଷ କରିବା ପରେ ବିବାହ କରିବେ । ଶାହିନ୍ ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ ଆରମ୍ଭରୁ ଅଂଶାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ହେଲେ ସେମାନଙ୍କର ଅପେକ୍ଷା ସମାପ୍ତ ହୋଇଛି। ବିବାହ ପରେ ଶ୍ୱଶୁର ଏବଂ ଜ୍ବାଇଁ ମଧ୍ୟ ଏକାଠି ନଜର ଆସିଥିଲେ। ଏଥି ସହ ଶାହିନଙ୍କ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସୁଛି। ଯେଉଁଥିରେ ସେ ନିକାହ କବୁଲ କରିବା ସମୟରେ ଶେରୱାନୀରେ ବସିଥିବାର ନଜର ଆସିଥିଲେ।

Shaheen Afridi

ସାହିଦ ଆଫ୍ରିଦି ଏବଂ ଶାହିନ ଆଫ୍ରିଦିଙ୍କ ମଧ୍ୟରେ ଭଲ ବଣ୍ଡିଂ ଦେଖିବାକୁ ମିଳିଛି । ଜ୍ୱାଇଁ ଏବଂ ଶ୍ୱଶୁର ମଧ୍ୟ ଏକାଠି କ୍ରିକେଟ୍ ଖେଳୁଥିବା ଦେଖିବାକୁ ମିଳିଥିଲା ​। ସୋସିଆଲ ମିଡିଆରେ ପାକିସ୍ତାନୀ ସ୍ପିଡଷ୍ଟାରଙ୍କୁ ଅଭିନନ୍ଦନ ମିଳୁଛି। ଏଥି ସହିତ ସାହିଦ ଆଫ୍ରିଦି ମଧ୍ୟ ଏକ ଭିଡିଓରେ ବହୁତ ଖୁସି ଥିବାର ଦେଖିବାକୁ ମିଳିଥିଲେ। ପ୍ରଥମ ଫଟୋରେ ଶାହିନ୍ ଏବଂ ସାହିଦ ଆଫ୍ରିଦି ଏକାଠି ନଜର ଆସିଛନ୍ତି । ନିକଟରେ ଶାହିନଙ୍କ ପୂର୍ବରୁ ପାକିସ୍ତାନର ଶାନ ମାସୁଦ ଏବଂ ବୋଲର ହରିସ ରାଉଫ ବିବାହ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.