oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ରାହୁଲ ଦ୍ରାବିଡଙ୍କ କୋଚିଂ ଶୈଳୀକୁ ନେଇ ଉଠିଥିବା ପ୍ରଶ୍ନର ଜବାବ ରଖିଲେ ଅଶ୍ୱିନ, ଜାଣନ୍ତୁ କଣ କହିଲେ…

18/11/2021 at 9:45 AM

ନୂଆଦିଲ୍ଲୀ ୧୮/୧୧: ରାହୁଲ ଦ୍ରାବିଡ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେବା ପରେ ବିଜୟରୁ ଅଭିଯାନ କରିଛି ଭାରତ । ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ସିରିଜର ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୫ ୱିକେଟରେ ଜିତିଛି । ଏହା ସହ ଆୟୋଜକମାନେ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛନ୍ତି । ରୋହିତ ଶର୍ମା ଏହି ସିରିଜରେ ଅଧିନାୟକତ୍ୱ ପରିଚାଳନା କରୁଛନ୍ତି ।

କିମ୍ବଦନ୍ତୀ ଖେଳାଳି ରାହୁଲ ଦ୍ରାବିଡଙ୍କ ଟିମ୍ ଇଣ୍ଡିଆର ପୂର୍ଣ୍ଣକାଳୀନ ପ୍ରଶିକ୍ଷକ ଭାବରେ ଏହା ହେଉଛି ପ୍ରଥମ ସିରିଜ୍ । ପ୍ରଥମ ଟି-୨୦ ପରେ ଭେଟେରାନ୍ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ ଦ୍ରାବିଡଙ୍କ କୋଚିଂ ଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ଜୟପୁର ଖେଳାଯାଇଥିବା ମ୍ୟାଚରେ ଟି-୨୦ ମ୍ୟାଚରେ ଟସ୍ ଜିତି ନ୍ୟୁଜିଲାଣ୍ଡକୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ ଦେଇଥିଲା । ନ୍ୟୁଜିଲାଣ୍ଡ ମଧ୍ୟ ନିର୍ଦ୍ଧାରିତ ଓଭରରେ ୬ ଓ୍ୱିକେଟ ହରାଇ ୧୪୬ ରନ ହାସଲୱ କରିଥିଲା ।

ଓପନର୍ ମାର୍ଟିନ୍ ଗୁପଟିଲ୍ ଏବଂ ମାର୍କ ଚାପମ୍ୟାନ୍ ଅର୍ଦ୍ଧଶତକ ହାସଲ କରି ଦ୍ୱିତୀୟ ୱିକେଟ୍ ପାଇଁ ଏକ ଶତକ ଭାଗିଦାରୀ କରିଥିଲେ । ଏହାର ଜବାବରେ ଟିମ୍ ଇଣ୍ଡିଆ ୨ ଓ୍ୱିକେଟ ହରାଇ ହରାଇ ଲକ୍ଷ୍ୟ ହାସଲ କରିଥିଲା । ଏହି ମ୍ୟାଚରେ ଅଶ୍ୱିନ୍ ୪ ଓଭରରେ ୨୩ ରନ୍ ଦେଇ ୨ ୱିକେଟ୍ ଅକ୍ତିଆର କରିଥିଲେ । ମ୍ୟାଚ୍ ପରେ ସେ କହିଥିଲେ, ‘ଆପଣ ଏହି ପ୍ରକାର ପିଚରେ ଯେତେ ଧୀର ବୋଲିଂ କରିବେ, ସେତେ ଅଧିକ ରନ୍ ପାଇବେ ।

ମିଚେଲ ସାଣ୍ଟନର୍ଙ୍କ ପରି ଯଦି ଆପଣ ସିମ୍ ମାରନ୍ତି ଏବଂ ବାଉନ୍ସ ପାଆନ୍ତି ତେବେ ଏହା ଭଲ ହେବ । T-20 ରେ ଏହା ଟିକେ କଷ୍ଟକର । ଏହା ଟିକିଏ କମ୍ ଥିଲା ଏବଂ ଆମେ ଭାବୁଥିଲୁ ୧୭୦-୧୮୦ ଟାର୍ଗେଟ୍ ହେବ । ଆମେ ଭାବୁଥିଲୁ ଆମେ ୧୫ ତମ ଓଭରରେ ଟାର୍ଗେଟକୁ ହାସଲ କରିଦେବୁ । କିନ୍ତୁ ଏହା ହେଉଛି ଟି-୨୦ କ୍ରିକେଟ୍ । ଏଠାରେ କିଛି ବି ଅସମ୍ଭବ । ଦ୍ରାବିଡଙ୍କୁ କୋଚିଂ ଷ୍ଟାଇଲ ନେଇ ପଚାରଯାଇଥିବା ପ୍ରଶ୍ନରେ ସେ କହିଛନ୍ତି ।

‘ରାହୁଲ ଦ୍ରାବିଡଙ୍କ କୋଚିଂ ଶୈଳୀ ଉପରେ ମନ୍ତବ୍ୟ ଦେବା ମୋ ପାଇଁ ବହୁତ ଶୀଘ୍ର । କିନ୍ତୁ ସେ ଅଣ୍ଡର-୧୯ ମାଧ୍ୟମରେ କଠିନ ପରିଶ୍ରମ କରିଛନ୍ତି । ସେ ଅତ୍ୟଧିକ ସୁଯୋଗକୁ ହାତଛଡ଼ା କରିବେ ନାହିଁ । ସେ ପ୍ରସ୍ତୁତି ଏବଂ ପ୍ରକ୍ରିୟା ବିଷୟରେ ସବୁକିଛି କରିବେ, ଯାହାଫଳରେ ଆମେ ଭାରତୀୟ ଡ୍ରେସିଂ ରୁମରେ ଚର୍ଚ୍ଚାକୁ ଫେରାଇ ଆଣିବୁ ।

   Related Posts