ବିଦେଶୀ ଟିମ୍ ପାଇଁ ଖେଳୁଛନ୍ତି ଏହି ଭାରତୀୟ ଖେଳାଳୀ, ଜାଣନ୍ତୁ ଏମାନଙ୍କ ବିଷୟରେ…

Published By : Prameya-News7 Bureau | November 15, 2023 IST

ନୂଆଦିଲ୍ଲୀ ୧୫।୧୧: ଚାଲିଛି ବିଶ୍ବକପ୍‌ ୨୦୨୩ । ଜୋରଦାର୍‌ ଫର୍ମରେ ଅଛନ୍ତି ଖେଳାଳୀ । କିନ୍ତୁ ଜାଣନ୍ତି କି ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିବା ଏମିତି କିଛି ବିଦେଶୀ ଖେଳାଳୀ ଅଛନ୍ତି ଯେଉଁମାନେ କି ଭାରତୀୟ ବଂଶୋଦ୍ଭବ ଅଟନ୍ତି । ସେମାନେ ମୂଳ ଭାରତୀୟ ହୋଇ ମଧ୍ୟ ଭାରତ ନୁହେଁ ବଂର ଅନ୍ୟ ଦେଶ ପାଇଁ ଖେଳୁଛନ୍ତି  ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ…

{"id":869815,"sizeSlug":"full","linkDestination":"none"}

 ଭାରତୀୟ ବଂଶୋଦ୍ଭବ ବିଦେଶୀ ଖେଳାଳି ମଧ୍ୟରେ ପ୍ରଥମ ନାଁ ଆସେ ବିକ୍ରମଜିତ୍ ସିଂଙ୍କର । ସେ ପଞ୍ଜାବର ଚିମା ଖୁର୍ଦ ଠାରେ ଜନ୍ମ ଗ୍ରହଣ କରିଥିଲେ। ବିକ୍ରମଜିତ୍‌ ନେଦରଲ୍ୟାଣ୍ଡ କ୍ରିକେଟ୍ ଟିମର ଜଣେ ଦମଦାର ଖେଳାଳୀ।

{"id":869816,"sizeSlug":"full","linkDestination":"none"}

ଏହାପଛକୁ ରହିଛନ୍ତି ତେଜା ନିଦାମନରୁ । ସେ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଜନ୍ମ ଗ୍ରହଣ କରିଥିଲେ । କିନ୍ତୁ ପରେ ସେ ନିୟୁଜିଲ୍ୟାଣ୍ଡ ବାସିନ୍ଦା ହୋଇଯାଇଥିଲେ । ତେଜା ବର୍ତ୍ତମାନ ନିୟୁଜିଲ୍ୟାଣ୍ଡ କ୍ରିକେଟ ଟିମ୍ ପାଇଁ ଖେଳୁଛନ୍ତି ।

{"id":869817,"sizeSlug":"full","linkDestination":"none"}

ଲିଷ୍ଟର ତୃତୀୟରେ ଅଛନ୍ତି ନେଦରଲ୍ୟାଣ୍ଡର ଅଫ୍ ସ୍ପିନର ଆରୟନ୍ ଦତ୍ତ । ୨୦ ବର୍ଷିୟ ଆରୟନ୍‌ ଜଣେ ଭାରତୀୟ ବଂଶୋଦ୍ଭବ । ତାଙ୍କ ପୂର୍ବଜ ପଞ୍ଜାବର ହୋସିଆରପୁରରେ ରହନ୍ତି । ଆରୟନ୍‌ ନିଜ ପରିବାର ସହ ଏବେ ନେଦରଲ୍ୟାଣ୍ଡରେ ରହୁଛନ୍ତି ।

{"id":869818,"sizeSlug":"full","linkDestination":"none"}

ସେହିପରି ଭାରତୀୟ ବଂଶୋଦ୍ଭବ ଅଟନ୍ତି ରଚିନ୍ ରବିନ୍ଦ୍ର । ରଚିନ୍ ଏବେ ନିୟୁଜିଲାଣ୍ଡ କ୍ରିକେଟ୍ ଟିମ୍ ପାଇଁ ଖେଳୁଛନ୍ତି। ତାଙ୍କ ପିତା କର୍ଣ୍ଣାଟକରେ ଜନ୍ମ ଗ୍ରହଣ କରିଥିଲେ। ଏବେ ମଧ୍ୟ ତାଙ୍କ ଜେଜେମା ବାଙ୍ଗାଲୋରରେ ରହୁଛନ୍ତି ।

{"id":869819,"sizeSlug":"full","linkDestination":"none"}

ଏହାପଛକୁ ଅଛନ୍ତି ନିୟୁଜିଲ୍ୟାଣ୍ଡର ଲେଗ୍ ସ୍ପିନର ଇଶ୍ ସୋଢି। ସେ ନିୟୁଜି ଲ୍ୟାଣ୍ଡ ଟିମର ଜଣେ ଭଲ ଲେଗ୍ ସ୍ପିନର। ବିଦେଶ କ୍ରିକେଟ୍‌ ପାଇଁ ଖେଳୁଥିଲେ ମଧ୍ୟ ସେ ଜଣେ ଭାରତୀୟ ବଂଶୋଦ୍ଭବ  । ପଞ୍ଜାବର ଲୁଧିଆନାରେ ତାଙ୍କ ପୂର୍ବଜଙ୍କ ଘର ରହିଛି ।  

{"id":869820,"sizeSlug":"full","linkDestination":"none"}

ଲିଷ୍ଟର ଶେଷରେ ଅଛନ୍ତି ସାଉଥ ଆଫ୍ରିକା କ୍ରିକେଟ୍ ଟିମର ଜଣେ ଭଲ ଖେଳାଳୀ କେଶବ ମହାରାଜ । ସେ ବି ଜଣେ ମୂଳ ଭାରତୀୟ ହିନ୍ଦୁ । ତାଙ୍କ ପୂର୍ବଜଙ୍କ ଘର ଉତ୍ତରପ୍ରଦେଶର ସୁଲତାନପୁରିରେ ରହିଛି ।

You Can Read:

wp:embed {"url":"https://www.prameyanews7.com/many-celebrate-likely-to-attend-the-semi-final-at-wankhede/","type":"wp-embed","providerNameSlug":"prameya-news-7"}
https://www.prameyanews7.com/many-celebrate-likely-to-attend-the-semi-final-at-wankhede/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.