କ୍ରିକେଟ ଖେଳିବାକୁ କୋଲକାତାରୁ ଆସିଥିଲେ ଦିଲ୍ଲୀ, ଛାତିରେ ବଲ ବାଜି ଚାଲିଗଲା ଜୀବନ

Published By : Prameya-News7 Bureau | August 20, 2022 IST

ନୂଆଦିଲ୍ଲୀ, ୨୦|୦୮: କ୍ରିକେଟ୍ ଖେଳିବାକୁ କୋଲକାତାରୁ ଆସିଥିଲେ ଦିଲ୍ଲୀ । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ଛାତିରେ ବଲ୍ ବାଜିବାରୁ ଚାଲିଗଲା ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀର ସ୍ୱରୂପ ନଗରରେ । ତେବେ ଖେଳାଳିଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ କୌଣସି ଅଭିଯୋଗ କରିନଥିଲେ । କିନ୍ତୁ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରୁଛି ।

ସୂଚନା ଅନୁସାରେ, ଦିଲ୍ଲୀର ସ୍ୱରୁପ ନଗରରେ ଏକ କ୍ରିକେଟ୍ ମ୍ୟାଚ୍ ଖେଳାଯାଉଥିଲା । ଖେଳୁଥିବା ବେଳେ 30 ବର୍ଷୀୟ ହବୀବ ମଣ୍ଡଳଙ୍କ ଛାତିରେ ବଲ୍ ବାଜିଥିଲା । ସେ କୋଲକାତାରୁ ଏଠାକୁ ଖେଳିବାକୁ ଆସିଥିଲେ । ସାଙ୍ଗମାନଙ୍କ ସହ ସ୍କୁଲ ପରିସରରେ ମ୍ୟାଚ୍ ଖେଳୁଥିବା ବେଳେ ଅଘଟଣ ଘଟିଥିଲା ।

ବଲ ବାଜିବା ପରେ ସେ ତଳେ ପଡିଯାଇଥିଲେ । ଏହାପରେ ତାଙ୍କୁ ଅନ୍ୟ ସାଥି ଖେଳାଳି ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ କୋଲକାତାରୁ ସାଙ୍ଗାମାନଙ୍କ ସହ ଖେଳିବାକୁ ଦିଲ୍ଲୀ ଆସିଥିଲେ । ମୃତ୍ୟୁ ବାବଦରେ ପୋଲିସ ହବୀବଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା । ତେବେ ପରିବାର ଲୋକେ କୌଣସି ଅଭିଯୋଗ କରିନଥିଲେ ।

ପୋଲିସର କହିବାନୁସାରେ, ଏବେ ଯାଏଁ ପୋଷ୍ଟମଟର୍ମ ରିପୋର୍ଟ ଆସିନାହିଁ । ରିପୋର୍ଟ ଆସିଲା ପରେ ହିଁ ତଦନ୍ତ ଆଗକୁ ବଢିବ । ତେବେ ଏହା କେବଳ ଏକ ଦୁର୍ଘଟଣା ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.