oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଇତିହାସ ରଚିଲେ ୨୦ ବର୍ଷୀୟ କ୍ରିକେଟର, ୧୦୦ ବଲ୍ ବିଶିଷ୍ଟ ମ୍ୟାଚରେ ଲଗାଇଲେ ପ୍ରଥମ ଶତକ

11/08/2022 at 1:22 PM

ନୂଆଦିଲ୍ଲୀ, ୧୧|୦୮: ଇଂଲଣ୍ଡରେ ଏବେ ଦି ହଣ୍ଡ୍ରେଡ୍ସ ଗେମ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଖେଳାଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ୧୦୦ ବଲର ମ୍ୟାଚ୍ ହୋଇଥାଏ । ପ୍ରତି ଦଳ ୧୦୦ଟି ଲେଖାଏଁ ବଲ ଖେଳିଥାନ୍ତି । ଏହାପରେ ମ୍ୟାଚର ଫଳାଫଳ ବାହାରିଥାଏ । ଅର୍ଥାତ ଏହା ଟି୨୦ ଓ ଟି୧୦ ମଧ୍ୟରେ ଏକ ଫର୍ମାଟ୍ ।

ଏହି୧୦୦ ବଲର ମ୍ୟାଚରେ ଅର୍ଦ୍ଧଶତକ ଲଗାଇବା ସହଜ କଥା ନୁହେଁ । ଶତକ ଲଗାଇବା ଏକପ୍ରକାର ଅସମ୍ଭବ । ଏଥିରେ ଜସ୍ ବଟଲର, ଲିଆମ ଲିଭିଂଷ୍ଟୋନ୍, ଜନି ବେୟରଷ୍ଟୋ ଓ ମୋଇଲ ଅଲ୍ଲୀଙ୍କ ଭଳି ଖେଳାଳି ଖେଳନ୍ତି । କିନ୍ତୁ କେହିହେଲେ ଶତକ ଲଗାଇ ନାହାଁନ୍ତି ।

୨୦୨ ଷ୍ଟ୍ରାଇକ୍ ରେଟ୍ ସହ ୧୦୧ ରନ୍

କ୍ରିକେଟ ଇତିହାସରେ ଜଣେ ୨୦ ବର୍ଷର ବ୍ୟାଟର ଏହି ଟୁର୍ଣ୍ଣାମେଣ୍ଟରେ ଦମଦାର ଶତକ ଲଗାଇଛନ୍ତି । ଇଂଲଣ୍ଡର ଏହି କ୍ରିକେଟର ଅପରାଜେୟ ଶତକ ଲଗାଇ ଦଳକୁ ଜିତାଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଶତକ ଲଗାଇବାରେ ସେ ପ୍ରଥମ ଖେଳାଳି ପାଲଟିଛନ୍ତି । ତାଙ୍କର ଏହି ଦମଦାର ଇନିଂସକୁ ସମସ୍ତେ ପ୍ରଶଂସା କରୁଛନ୍ତି । ତେବେ ଶତକ ଲଗାଇଥିବା ବ୍ୟାଟର ହେଲେ ଓ୍ୱିଲ୍ ସ୍ମିଡ୍ ।

ବର୍ମିଂହାମ୍ ଫୋନିକ୍ସ ଓ ସଦର୍ଣ୍ଣ ବ୍ରେଭ୍ ମଧ୍ୟରେ ମୁକାବିଲା

ଟୁର୍ଣ୍ଣାମେଣ୍ଟର ଏକ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ବର୍ମିଂହାମ୍ ଫୋନିକ୍ସ ଓ ସଦର୍ଣ୍ଣ ବ୍ରେଭ୍ । ଫୋନିକ୍ସ ୫୩ ରନରେ ବିଜୟୀ ହୋଇଛି । ଫୋନିକ୍ସ ପାଇଁ ଖେଳୁଥିବା ସ୍ମିଡ୍ ୫୦ ବଲର ସାମ୍ନା କରି ୧୦୧ ରନ୍ କରିଥିଲେ । ଏହି ଇନିଂସରେ ସେ ୬ ଛକା ଓ ୮ ଚଉକା ଲଗାଇଥିଲେ । ଏହି ପାଳିରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ଥିଲା ୨୦୨ ।

୨୫ ରନ୍ ଦେଇ ୫ ଓ୍ୱିକେଟ୍ ନେଲେ ହେନରୀ ବ୍ରୁକସ୍

ସ୍ମିଡଙ୍କ ଇନିଂସ ବଳରେ ଫୋନିକ୍ସ ପ୍ରଥମେ ବ୍ୟାଟିଂ କରି ୪ ଓ୍ୱିକେଟ୍ ବିନିମୟରେ ୧୭୬ ରନ୍ କରିଥିଲା । ଅଧିନାୟକ ମୋଇନ ଅଲ୍ଲୀ ଏହି ଦଳର ଅଧିନାୟକ ଥିବା ବେଳେ ଦଳରେ ଲିଆମ ଲିଭିଂଷ୍ଟୋନ୍ ମଧ୍ୟ ଖେଳୁଥିଲେ । ୧୭୭ ରନର ଟାର୍ଗେଟର ପିଛା କରୁଥିବା ସଦର୍ଣ୍ଣ ବ୍ରେଭ୍ ୮୫ ବଲରେ ୧୨୩ ରନ୍ କରିପାରିଥିଲା । ଫେୀନିକ୍ସର ଦ୍ରୁତ ବୋଲର ହେନରୀ ବ୍ରୁକସ୍ ୨୫ ରନ୍ ଦେଇ ୫ ଓ୍ୱିକେଟ୍ ହାସଲ କରିଥିଲେ ।

   Related Posts