ଦ୍ୱିତୀୟ ଟି-୨୦ : ପ୍ଲେଇଂ ୧୧ରୁ ବାଦ୍ ପଡିବେ ଶ୍ରେୟସ, ଓପନିଂ କରିବେ ପନ୍ତ !

Published By : Prameya-News7 Bureau | July 09, 2022 IST

ନୂଆଦିଲ୍ଲୀ ୦୯/୦୭:  ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଏଜବେଷ୍ଟନରେ ଖେଳାଯିବ । ସିରିଜର ପ୍ରଥମ ମ୍ୟାଚ୍ ଜିତିଥିବା ଭାରତର ଆତ୍ମବିଶ୍ୱାସ ଭରପୁର ରହିଛି । ଦଳ ଏବେ ୧-୦ରେ ଆଗୁଆ ମଧ୍ୟ ଅଛି ।ତେବେ ଦ୍ୱିତୀୟ ଟି୨୦ରେ ଓ୍ୱିକେଟକିପର୍ ବ୍ୟାଟସମ୍ୟାନ୍ ଇଶାନ କିଷାନଙ୍କ ବଦଳରେ ଋଷଭ ପନ୍ତ ଓପନିଂ କରୁଥିବା ନଜର ଆସିପାରନ୍ତି ।ଏନେଇ ଅନୁମାନ ଲଗାଇଛନ୍ତି ପୂର୍ବତନ ବ୍ୟାଟର୍ ପାର୍ଥିବ ପଟେଲ୍ ।

ପାର୍ଥିବ କହିଛନ୍ତି ଯେ, ପନ୍ତ ଇଶାନଙ୍କ ସ୍ଥାନରେ ଓପନିଂ କରିପାରନ୍ତି । ସେହିପରି ମିଡିଲ ଅର୍ଡରରେ ଶ୍ରେୟସ ଆୟର ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା କଷ୍ଟକର । ଦିନେଶ କାର୍ତ୍ତିକ ଏକ ନମ୍ବର ଫିନିଶର ଭାବେ ଦଳରେ ସ୍ଥାନ ବଜାର ରଖିଛନ୍ତି । ସେହିପରି ଇଶାନ କିଷନ ଚଳିତ ବର୍ଷ ଭାରତ ପାଇଁ ଟି୨୦ରେ ସର୍ବାଧିକ ରନ୍ ସ୍କୋରର । ପନ୍ତ ଆଇପିଏଲରେ ଭଲ ପ୍ରଦର୍ଶନ କରିନଥିଲେ ବି ଏଜବେଷ୍ଟନ ଟେଷ୍ଟରେ ଶତକ ଲଗାଇଥିଲେ । ସେ ଇଶାନଙ୍କ ସ୍ଥାନରେ ଓପନିଂ କରିପାରନ୍ତି । ଟପ୍ ଅର୍ଡରରେ ପନ୍ତଙ୍କୁ କିଛି ସୁଯୋଗ ମିଳିପାରେ ।

ଚୂଡାନ୍ତ ଏକାଦଶରୁ ବାଦ୍ ପଡିବେ ଶ୍ରେୟସ

ପାର୍ଥୀବ ଆହୁରି କହିଛନ୍ତି ଯେ, ରବୀନ୍ଦ୍ର ଜାଡେଜା ଦଳରେ ଅକ୍ଷର ପଟେଲଙ୍କ ସ୍ଥାନ ନେଉପାରନ୍ତି । ଜସପ୍ରିତ ବୁମରାହ ଫେରିଲେ ଅର୍ଶଦୀପ ସିଂ ବାଦ୍ ପଡିବେ । ତେଣୁ ଶ୍ରେୟସଙ୍କୁ ଦଳରେ ସ୍ଥାନ ନ ମିଳିପାରେ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.