ପ୍ରଥମ ଟି୨୦ ଉପରେ ଟିମ୍ ଇଣ୍ଡିଆର ନଜର : ଟେଷ୍ଟ୍ ମ୍ୟାଚ୍ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ରୋହିତ ସେନା

Published By : Prameya-News7 Bureau | July 07, 2022 IST

ନୂଆଦିଲ୍ଲୀ ୦୭/୦୭:  ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଗୁରୁବାରଠୁ ଆରମ୍ଭ ହେବ ଟି-ଟ୍ୱେଣ୍ଟି ସିରିଜ । ଏଜେସ ବାଉଲ ଗ୍ରାଉଣ୍ଡ୍‌ରେ ପ୍ରଥମ ମ୍ୟାଚ୍‌ ଖେଳାଯିବ । ଟେଷ୍ଟ ପରାଜୟର ପ୍ରତିଶୋଧ ନେବାକୁ ଯୁବ ଭାରତୀୟ ଦଳ ପ୍ରସ୍ତୁତ ରହିଛି । ଫିଟ୍‌ ରୋହିତ ଶର୍ମା ଇତି ମଧ୍ୟରେ ଦଳରେ ଯୋଗ ଦେଇ ଅଭ୍ୟାସ ଆରମ୍ଭ କରିଛନ୍ତି । ଦିନକ ତଳେ ଟେଷ୍ଟ ମ୍ୟାଚ୍‌ ଶେଷ ହୋଇଛି । ଫଳରେ ଆୟର୍ଲାଣ୍ଡ ଗସ୍ତରେ ଖେଳିଥିବା ଟି-ଟ୍ୱେଣ୍ଟି ଦଳର ସମସ୍ତ ସଦସ୍ୟ ପ୍ରଥମ ଟି-ଟ୍ୱେଣ୍ଟି ପାଇଁ ଉପସ୍ଥିତ ରହିବେ । କେବଳ ରୋହିତ ଏହି ମ୍ୟାଚ୍‌ର ନେତୃତ୍ୱ ନେବେ । ଏହି ସିରିଜ ଜରିଆରେ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଶ୍ରେଷ୍ଠ ଦଳ ପ୍ରସ୍ତୁତ ହେବ । ଦ୍ୱିତୀୟ ଓ ତୃତୀୟ ଟି-ଟ୍ୱେଣ୍ଟିରେ ବିରାଟ କୋହଲି, ଶ୍ରେୟାସ ଆୟର, ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମରା ଫେରିବେ । ସେହିପରି ଋତୁରାଜ ଗାଏକୱାଡ, ସଞ୍ଜୁ ସାମସନ, ଭେଙ୍କଟେଶ ଆୟର, ଅର୍ଶଦୀପ ସିଂହ ଓ ରାହୁଲ ତ୍ରିପାଠୀ ବାଦ ପଡ଼ିବେ ।

ଇୟନ ମୋର୍ଗାନ ନେତୃତ୍ୱ ଛାଡ଼ିବା ପରେ ଜୋସ ବଟଲରଙ୍କୁ ସୀମିତ ଓଭର ଦଳର ନେତୃତ୍ୱ ପ୍ରଦାନ କରାଯାଇଛି । ସମ୍ପ୍ରତି ବିସ୍ଫୋରକ ବ୍ୟାଟିଂକୁ ପ୍ରାଧାନ୍ୟ ଦେଉଥିବା ଇଂଲଣ୍ଡକୁ ହରାଇବା ଅତ୍ୟନ୍ତ କଷ୍ଟକର ହେବ । ବଟଲରଙ୍କ ବ୍ୟତୀତ ଲାଏମ ଲିଭିଙ୍ଗଷ୍ଟୋନ, ଦାୱିଦ ମଲାନ, ଜାସନ ରୟ ଓ ମୋଇନ ଅଲିଙ୍କ ଭଳି ବିସ୍ଫୋରକ ବ୍ୟାଟର ଇଂଲଣ୍ଡ ଦଳରେ ରହିଛନ୍ତି । ବୋଲିଂ ବିଭାଗକୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଅଧିକାଂଶ ବୋଲର ଆଇପିଏଲ୍‌ ଖେଳୁଛନ୍ତି । ତେଣୁ ଭାରତର ଯୁବ ବ୍ୟାଟରମାନେ ସେମାନଙ୍କ ବୋଲିଂ ସହ ବେଶ୍‌ ପରିଚିତ । ରୋହିତଙ୍କ ଉପରେ ନଜର ରହିବା ସ୍ୱାଭାବିକ । କରୋନା ସଂକ୍ରମଣ ଯୋଗୁ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଖେଳିପାରି ନଥିଲେ । ତାଙ୍କ ବ୍ୟାଟ୍‌ରୁ ବଡ ସଟ୍‌ ଦେଖିବାକୁ ଦର୍ଶକ ଆଶା ରଖିବେ । ଯୁବ ଖେଳାଳିଙ୍କ ମଧ୍ୟରେ ଦୀପକ ହୁଡ଼ା ଚର୍ଚ୍ଚାରେ ରହିଛନ୍ତି । ଆୟର୍ଲାଣ୍ଡ ବିପକ୍ଷରେ ସେ ଶତକ ଅର୍ଜନ କରିଥିଲେ । ଏହି ଫର୍ମକୁ ଇଂଲଣ୍ଡ ବିପକ୍ଷରେ ଜାରି ରଖିବାକୁ ହୁଡ଼ା ପ୍ରୟାସ କରିବେ ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଇଶାନ କିଷନ, ଋତୁରାଜ ଗାଏକୱାଡ୍‌, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ଼ା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର, ୟୁଝବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅଭେଶ ଖାନ, ଅର୍ଶଦୀପ ସିଂହ, ଉମ୍ରାନ ମଲିକ ।

ଇଂଲଣ୍ଡ ଦଳ: ଜୋସ ବଟଲର (ଅଧିନାୟକ), ମୋଇନ ଅଲି, ହ୍ୟାରୀ ବ୍ରୁକ, ସାମ କୁରାନ, ରିଚାର୍ଡ ଗ୍ଲିସନ, ଲାଏମ ଲିଭିଙ୍ଗଷ୍ଟୋନ, ଦାୱିଦ ମଲାନ, ତିମାଲ ମିଲ୍ସ, ମାଥ୍ୟୁ ପାର୍କିନସନ, ଜାସନ ରୟ, ଫିଲ ସଲ୍ଟ, ରିସ ଟପଲି, ଡେଭିଡ୍‌ ୱିଲି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.