ବିରଳ ଘଟଣା : ଦୁଇ ବ୍ୟାଟରଙ୍କ ବ୍ୟାଟରେ ଲାଗିଲା ବଲ୍, ଅଜବ ଭାବେ ଆଉଟ୍ ହେଲେ ନ୍ୟୁଜିଲାଣ୍ଡ ଖେଳାଳି
24/06/2022 at 8:21 AM

ନୂଆଦିଲ୍ଲୀ,୨୪/୦୬: ଅନେକ ସମୟରେ ବ୍ୟାଟର୍ କ୍ୟାଚ୍ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥାନ୍ତି । ବେଳେବେଳେ ଫିଲ୍ଡର କ୍ୟାଚ୍ ମିସ୍ କରିଦିଅନ୍ତି ଆଉ ପାଖରେ ଥିବା ଅନ୍ୟ ଫିଲ୍ଡର ବଲ୍ କ୍ୟାଚ୍ କରିଦିଅନ୍ତି। ଯାହା ସାଧାରଣ କଥା । କିନ୍ତୁ ବ୍ୟାଟରଙ୍କ ସଟ୍ ନନ୍ ଷ୍ଟ୍ରାଇକରଙ୍କ ବ୍ୟାଟର୍ ବାଜି କ୍ୟାଚ୍ ହେବା ବିରଳ ଘଟଣା । ଯାହା ଦେଖିବାକୁ ମିଳିଛି ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ମୁକାବିଲାରେ ।
ସୂଚନାନୁସାରେ. ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ୍ ସିରିଜ୍ ଖେଳାଯାଉଛି । ସିରିଜର ଶେଷ ମୁକାବିଲାରେ ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା । ମୁକାବିଲାରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଦଳ ବ୍ୟାଟିଂ ବିପର୍ଯ୍ୟୟର ଶିକାର କରିଥିଲା । ତେବେ ହେନରୀ ନିକୋଲ୍ସ ଓ ଡ୍ୟାରେଲ୍ ମିଚେଲ୍ ପାଳି ସମ୍ଭାଳୁଥିବା ବେଳେ ଭାଗ୍ୟ ଖରାପ ପାଇଁ ଆଉଟ୍ ହୋଇଥିଲେ ନିକୋଲ୍ସ । ସେ ୯୯ ବଲ୍ ଖେଳି ମାତ୍ର ୧୯ ରନ୍ କରିଥିଲେ ।
Rare dismissal. Remember Andrew Symonds getting out in a similar fashion in an ODI v Sri Lanka pic.twitter.com/eifbCJBDMf
— Sarang Bhalerao (@bhaleraosarang) June 23, 2022
ଏପରି ଥିଲା ଘଟଣା
ନ୍ୟୁଜିଲାଣ୍ଡ ଟିମ୍ ୧୨୩ ରନ୍ କରିଥିବା ବେଳେ କ୍ରିଜରେ ଥିଲେ ନିକୋଲ୍ସ । ତେବେ ଏକ ସଟ୍ ଖେଳିବା ସମୟରେ ବଲ୍ ସିଧା ନନ୍ ଷ୍ଟାଇକର୍ ଏଣ୍ଡରେ ଥିବା ମିଚେଲଙ୍କ ବ୍ୟାଟରେ ବାଜିଥିଲା । ଏହାପରେ ବଲ୍ ଲଙ୍ଗ୍ ଅପକୁ ଯାଇଥିଲା । ସେଠାରେ ଫିଲ୍ଡିଂ କରୁଥିଲେ ଆଲେକ୍ସ ଲିସ୍ । ସେ କ୍ୟାଚକୁ ଧରିଥିଲେ ଓ ନିକୋଲ୍ସ ପ୍ୟାଭିଲିୟନ ଫେରିଥିଲେ । ଅମ୍ପାୟାର ମଧ୍ୟ ନିୟମ ଅନୁସାରେ ନିକୋଲ୍ସଙ୍କୁ ଆଉଟ୍ ଦେଇଥିଲେ ।
କଣ କହୁଛି ଏମସିସି ନିୟମ
ମ୍ୟାରିଲବୋନ୍ କ୍ରିକେଟ୍ କ୍ଲବ୍ ନିୟମ ଅନୁସାରେ, ୩୩.୨.୨.୩ ନିୟମ ଅନୁସାରେ ଯଦି ବଲ୍ ଓ୍ୱିକେଟ୍, ଅମ୍ପାୟାର, ଫିଲ୍ଡର, ରନର୍ ବା ଅନ୍ୟ ବ୍ୟାଟରଙ୍କ ଶରୀରେ ଲାଗିବା ପରେ ବି ଫିଲ୍ଡର କ୍ୟାଚ୍ କରିଥାନ୍ତି ତେବେ ବ୍ୟାଟରଙ୍କୁ ଆଉଟ୍ ଦିଆଯିବ ।