ନ୍ୟୁଜିଲାଣ୍ଡ ବିରୋଧ ମ୍ୟାଚରେ ଇଂଲଣ୍ଡର ଅଦ୍ଭୁତ ଫିଲ୍ଡିଂ ରଣନୀତି : ସ୍ଲିପରେ ଜଗିଲେ ୬ ଫିଲ୍ଡର, କୋଚ୍ ମ୍ୟାକ୍‌କୁଲମଙ୍କ ଷ୍ଟ୍ରାଟେଜିକୁ ନେଇ ଚର୍ଚ୍ଚା

Published By : Prameya-News7 Bureau | June 04, 2022 IST

ନୂଆଦିଲ୍ଲୀ ୦୪/୦୬: ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ୍ ମ୍ୟାଚ୍ ଏବେ ରୋମାଞ୍ଚକର ସ୍ଥିତିରେ ପହଁଚିଛି । ପ୍ରଥମ ଦିନରେ ୧୭ ଓ୍ୱିକେଟ୍ ପତନ ପରେ ଦ୍ୱିତୀୟ ଦିନରେ ମଧ୍ୟ ଏପରି କିଛି ଦେଖିବାକୁ ମିଳିଥିଲା । ଏହାମଧ୍ୟରେ ଟେଷ୍ଟ୍ ମ୍ୟାଚର ଏକ ଫଟୋ ଭାଇରାଲ ହୋଇଛି । ଯାହା ଟେଷ୍ଟ୍ ମ୍ୟାଚର ସ୍ୱତନ୍ତ୍ରତାକୁ ପ୍ରଦର୍ଶିତ କରୁଛି ।

ଫଟୋରେ ଦେଖିବାକୁ ମିଳିଛି ଯେ, ଇଂଲଣ୍ଡ ନ୍ୟୁଜିଲାଣ୍ଡର ବ୍ୟାଟିଂ ବେଳେ ୬ ସ୍ଲିପଙ୍କୁ ଜଗାଇଥିଲା । ଯାହା ଦଳର ଆଗ୍ରେସିଭ୍ ଫିଲ୍ଡିଂକୁ ପ୍ରଦର୍ଶନ କରୁଛି । କ୍ରିକେଟ୍ ଫ୍ୟାନ୍ସ ଏହି ଫଟୋକୁ ଦେଖି ଭାବବିହ୍ୱଳ ହୋଇଯାଇଛନ୍ତି । ଏହାସହ ଖୁସି ମଧ୍ୟ ହୋଇଛନ୍ତି ।  

ଅଧିକାଂଶ ସମୟରେ ଟେଷ୍ଟ୍ କ୍ରିକେଟରେ ୪ ଜଣ ସ୍ଲିପ୍ ଫିଲ୍ଡର ଦେଖିବାକୁ ମିଳେ । କିନ୍ତୁ ୬ ଜଣ ସ୍ଲିପ୍ ଦେଖିବା ଭିନ୍ନ ଅଟେ । ଯେଉଁଥିରୁ ଇଂଲଣ୍ଡର ଟିମ୍ ଏବେ ନୂଆ ଅବତାର ନେଇଥିବା ମନେ କରାଯାଉଛି । ବ୍ରାଣ୍ଡନ୍ ମ୍ୟାକକୁଲମ ମଧ୍ୟ ଦଳର ନୂଆ କୋଚ୍ ଭାବେ ଦାୟିତ୍ୱ ନେଇଛନ୍ତି ।

ମ୍ୟାକକୁଲମ ନିଜ ନେତୃତ୍ୱ ବେଳେ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ପରିଚିତି ଲାଭ କରିଥିଲେ । ସେ ଅନେକ ଥର ବିପକ୍ଷ ଦଳକୁ ଅକଳରେ ପକାଇବା ପାଇଁ ୪ ଜଣ ଲେଖାଏଁ ସ୍ଲିପ୍ ଠିଆ କରାଉଥିବା ଦେଖିବାକୁ ମିଳୁଥିଲା ।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.