ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଏମ୍‌ଏସ୍ ଧୋନିଙ୍କ ନୂଆ ଲୁକ୍ ଦେଖି ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ, କହିଲେ- ‘ପ୍ଲିଜ୍ ରଣବୀର ସିଂଙ୍କ ଠାରୁ ଦୂରେଇ ରୁହ’

20/08/2021 at 8:40 AM

ନୂଆଦିଲ୍ଲୀ ୨୦/୦୮ : ଖୁବ ଶୀଘ୍ର କ୍ରିକେଟ୍ ପଡ଼ିଆରେ ଏମ୍ଏସ୍ ଧୋନିଙ୍କୁ ଦେଖିବାକୁ ମିଳିବ। ୟୁଏଇରେ ଆଇପିଏଲ୍ ୨୦୨୧ ର ଅବଶିଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୧୯ ରୁ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ଧୋନି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଧୋନିଙ୍କ ଚର୍ଚ୍ଚା ତାଙ୍କର ନୂଆ ହେୟାରଷ୍ଟାଇଲ୍‌କୁ ନେଇ ହେଉଛି । ନିକଟରେ ଧୋନି ଏକ ବିଜ୍ଞାପନର ସୁଟ୍ ପାଇଁ ନୂଆ ହେୟାର୍ ଷ୍ଟାଇଲ୍ କରିଥିଲେ ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାର ଲାଗିଛି । କିନ୍ତୁ ଏଥର ପ୍ରଶଂସକ ତାଙ୍କର ଏହି ଲୁକ୍‌କୁ ନେଇ ଏତେ ଖୁସି ନୁହଁନ୍ତି।

ଆଇପିଏଲ୍ ୨୦୨୧ ର ବ୍ରଡକାଷ୍ଟର୍ ଚ୍ୟାନେଲ୍ ଷ୍ଟାର୍ ସ୍ପୋର୍ଟସ୍ ଦ୍ୱାରା ଏମ୍ଏସ୍ ଧୋନିଙ୍କ ଏହି ଫଟୋ ପୋଷ୍ଟ କରାଯାଇଛି । ଏହି ଫଟୋରେ ଧୋନିଙ୍କ କେଶ ରଙ୍ଗ-ବେରଙ୍ଗ ହୋଇଛି ଏବଂ ସେ ଷ୍ଟାର ପ୍ରିଣ୍ଟର ଜ୍ୟାକେଟ୍ ପିନ୍ଧିଛନ୍ତି । ଧୋନି ଏକ ରକଷ୍ଟାର ଭାବରେ ନଜର ଆସିଛନ୍ତି । ଏହା ଏକ ବିଜ୍ଞାପନର ଫଟୋ ଯେଉଁଥିରେ ଲେଖା ଅଛି – ‘ଅସଲି ପିକ୍ଚର ଅଭି ବାକି ହେ’ । ଧୋନିଙ୍କ ଏହି ଲୁକ୍ ତାଙ୍କ ଫ୍ୟାନ୍ସମାନଙ୍କୁ ପସନ୍ଦ ଆସୁନାହିଁ । ଅନେକ ଫ୍ୟାନ୍ସ ପ୍ରସାରଣ କରିଥିବା ଚ୍ୟାନେଲକୁ ଗାଳି ଦେଉଛନ୍ତି ।

ଏଥିସହିତ କିଛି ଫ୍ୟାନ୍ସ ଧୋନିଙ୍କୁ ବଲିଉଡ ଷ୍ଟାର ରଣବୀର ସିଂଙ୍କଠାରୁ ଦୁରେଇ ରହିବାକୁ ପରାମର୍ଶ ଦେଉଛନ୍ତି । ନିକଟରେ ଧୋନି ମୁମ୍ବାଇରେ ଏକ ଫୁଟବଲ ମ୍ୟାଚ୍ ଖେଳିଥିଲେ ଯେଉଁଥିରେ ରଣଭୀର ସିଂ ମଧ୍ୟ ଭାଗ ନେଇଥିଲେ। ଧୋନି ମୁମ୍ବାଇରେ ଏହି ବିଜ୍ଞାପନର ସୁଟିଂ କରିଥିଲେ ଏବଂ ତାଙ୍କୁ ଟିମ୍ ଇଣ୍ଡିଆର ନୂଆ ରେଟ୍ରୋ ଜର୍ସିରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଧୋନି ଏହି ରଙ୍ଗ-ବେରଙ୍ଗ ହେୟାର ଷ୍ଟାଇଲ ଆଇପିଏଲ୍ ୨୦୨୧ ର ନୂଆ ବିଜ୍ଞାପନ ପାଇଁ କରିଛନ୍ତି ।

   Related Posts