IPLର ଏପରି ରେକର୍ଡ; ଶୀର୍ଷରେ ରହିଛନ୍ତି କୋହଲି, ୧୭ ବର୍ଷରେ ଭାଙ୍ଗି ପାରିନାହାନ୍ତି କେହି...

Published By : Prameya-News7 Bureau | May 23, 2024 IST

ନୂଆଦିଲ୍ଲୀ ୨୩।୦୫: ଇଣ୍ଡିଆନ୍‌ କ୍ରିକେଟ୍‌ ଲିଗ୍‌ । ହାସଲ କରିଛି ଖୁବ୍‌ ଲୋକପ୍ରିୟତା । ଘରେ ଘରେ ଏହାର ଫ୍ୟାନ ଫଲୋଅର୍ସ । ୨୦୦୮ରୁ ବର୍ତ୍ତମାନ ଯାଏଁ, ଅନେକ ପ୍ଲେୟର କରିଛନ୍ତି ବଡ ବଡ ରେକର୍ଡ । କିନ୍ତୁ ଏପରି କିଛି ରେକର୍ଡ ରହିଛି ଯାହାକୁ ଭାଙ୍ଗି ପାରିନାହାନ୍ତି କେହି । ଖାସ୍‌ କରି ବ୍ୟାଟରଙ୍କର ଅକ୍ଷୁର୍ଣ୍ଣ ରହିଛି ରେକର୍ଡ । ଅନେକ ବ୍ୟାଟର ଗୋଟିଏ ସିଜିନ୍‌ରେ କରିଛନ୍ତି ସର୍ବାଧିକ ରନ୍‌ । ଜାଣନ୍ତି କି ଆଇପିଏଲ୍‌ ଆରମ୍ଭରୁ ବର୍ତ୍ତମାନ ଯାଏଁ ଅର୍ଥାତ୍‌ ୧୭ଟି ସିଜିନ୍‌ରେ ଟପ୍‌ ବ୍ୟାଟର ସବୁ କିଏ ? ଆସନ୍ତୁ ଜାଣିବା…

କହିବାକୁ ଗଲେ ଏହି ଲିଷ୍ଟ ତ ଖୁବ୍‌ ଲମ୍ବା । କିନ୍ତୁ ଆମେ ଆଜି କିଛି ଟପ୍‌ ପ୍ଲେୟରଙ୍କ ବିଷୟରେ ହିଁ ଆଲୋଚନା କରୁଛୁ… ବାସ୍ତବରେ ଗୋଟିଏ ସିଜନରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟରଙ୍କ ତାଲିକାର ଶୀର୍ଷରେ ଅଛନ୍ତି ବିରାଟ କୋହଲି । ଆଇପିଏଲ୍ ୨୦୦୮ରେ କୋହଲି ୯୭୩ ରନ୍‌ କରିଥିଲେ । ବର୍ତ୍ତମାନ ଯାଏଁ କୌଣସି ବ୍ୟାଟର ତାଙ୍କ ରେକର୍ଡ ଭାଙ୍ଗିବା ତ ଦୂରର କଥା ଏହାର ନିକଟତର ମଧ୍ୟ ହୋଇନାହାନ୍ତି । 

ଏହି ଲିଷ୍ଟର ୨ୟ ସ୍ଥାନରେ ଅଛନ୍ତି ଟିମ୍‌ ଇଣ୍ଡିଆର ଯୁବ ଷ୍ଟାର ପ୍ଲେୟର ଶୁଭମାନ ଗିଲ । ଗୁଜୁରାଟ ଟାଇଟାନ୍ସର ଅଧିନାୟକ ଶୁଭମାନ ଗିଲ ଆଇପିଏଲ ୨୦୨୩ରେ କରିଥିଲେ ୮୯୦ ରନ୍‌ ସ୍କୋର୍‌ ।  

ବିରାଟ କୋହଲି ଏବଂ ଶୁଭମାନ ଗିଲଙ୍କ ପରେ ରହିଛନ୍ତି ରାଜସ୍ଥାନ ରୟାଲ୍ସର ଜୋସ୍ ବଟଲର । ଗୋଟିଏ ସିଜନରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ବ୍ୟାଟରଙ୍କ ତାଲିକାରେ ଜୋସ୍ ବଟଲର୍ ତୃତୀୟ ସ୍ଥାନରେ ଅଛନ୍ତି । ଜୋସ୍ ବଟଲର୍ ଆଇପିଏଲ୍ ୨୦୨୩ରେ ୮୬୩ ରନ୍ ସ୍କୋର କରିଥିଲେ ।

ଏହାପଛକୁ ଅଛନ୍ତି କେନ୍ ୱିଲିୟମ୍ସନ୍ । ସେ ଆଇପିଏଲ ୨୦୧୮ରେ ୭୩୫ ରନ୍ ସ୍କୋର କରିଥିଲେ । ଆଇପିଏଲ୍ ଇତିହାସର ଗୋଟିଏ ସିଜନରେ ଏହା ଚତୁର୍ଥ ସର୍ବାଧିକ ରନ୍ ଅଟେ । ସେହି ବର୍ଷ କେନ୍ ୱିଲିୟମ୍ସନ୍ ସନରାଇଜର୍ସ ହାଇଦ୍ରାବାଦର ଅଂଶ ଥିଲେ । 

ୟୁନିଭର୍ସ ବସ୍ ଭାବରେ ଜଣାଶୁଣା କ୍ରିସ୍ ଗେଲ୍ । ଆଇପିଏଲ୍ ୨୦୧୨ରେ ସେ ୭୩୫ ରନ୍‌ ସ୍କୋର୍‌ କରିଥିଲେ । ସେହି ସିଜିନ୍‌ରେ କ୍ରିସ୍ ଗେଲ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍‌ ପକ୍ଷରୁ ଖେଳୁଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.